Categories: ରାଜ୍ୟ

ରାଜ୍ୟପାଳଙ୍କ ପୁଅଙ୍କଠାରୁ ମାଡ଼ ଖାଇ ବଦଳି ହେଲେ ଏଏସ୍‌ଓ, ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନ କହିଲେ…

ଭୁବନେଶ୍ୱର, ୨୩।୭: ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଅଚଳାବସ୍ଥା ଦେଖିବାକୁ ମିଳିଛି। ମଙ୍ଗଳବାର ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ପ୍ରମିଳା ଗଣମାଧ୍ୟମକୁ କହିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିଲେ। ହେଲେ ତଦନ୍ତ କରାଗଲାନି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏଏସ୍‌ଓଙ୍କ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ଏଏସ୍‌ଓଙ୍କୁ ବଦଳି କରିଦିଆଗଲା। ଏଏସ୍‌ଓଙ୍କୁ ମାଡମାରିବା ପରେ ବି ନ୍ୟାୟ ମିଳୁନି । ଘଟଣାରେ ଆଇନମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲାପାଳ ତଦନ୍ତ କରନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଜିଲାପାଳ ତଦନ୍ତ କରୁଛନ୍ତି ତାହେଲେ ଏସ୍‌ପି, ଆଇଆଇସି କୁଆଡେ ଗଲେ । ଏଏସଓଙ୍କୁ କି ପ୍ରକାର ସୁରକ୍ଷା ଓ ନ୍ୟାୟ ଦିଆଯାଇଛି ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ ବୋଲି ସେ କହିଛନ୍ତି ।

Share