ସୁଭଦ୍ରା ଯୋଜନାକୁ ନେଇ ସାଂଘାତିକ କଥା କହିଦେଲେ ପ୍ରମିଳା, କହିଲେ ମହିଳାଙ୍କୁ…

ଭୁବନେଶ୍ୱର,୫।୮: ପୁଣି ତେଜିଲା ବିଜେଡି-ଭାଜପା କଳି। ଭାଜପା ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କଡ଼ା ଜବାବ ଦେଇଛନ୍ତି। ପ୍ରମିଳା କହିଛନ୍ତି, ସୁଭଦ୍ରା ଯୋଜନା କିଛି ସ୍କିମ ହୋଇନି । ଭାଜପା ଭୋଟ ନେବା ପାଇଁ ମିଛ ପ୍ରଚାର କରି ମହିଳାଙ୍କୁ ଶୋଷଣ କରିଛନ୍ତି। ଏମାନଙ୍କୁ ମହିଳା କ୍ଷମା ଦେବେନି। ଏ ସରକାର କେବଳ ବାଃ ବାଃ ନେବା ପାଇଁ ଚେଷ୍ଟା କରିଛନ୍ତି। ଲକ୍ଷପତି ଦିଦି କିଛି ସୃଷ୍ଟି କରିନାହାନ୍ତି ବୋଲି ପ୍ରମିଳା କହିଛନ୍ତି।

ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାଜପା ବିଧାୟକ ଅଶୋକ ମହାନ୍ତି କହିଥିଲେ, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଓ ବିଧାୟକମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଏପରି କି ସେ ଆହୁରି କହିଥିଲେ, ବିଜେଡି ଛିଡୁଛି ଓ ଭାଜପା ବଢୁଛି । ରାଜ୍ୟର ବହୁତ ଲୋକ ବିଜେଡି ଛାଡି ଭାଜପାରେ ମିଶିବାକୁ ଚାହୁଁଛନ୍ତି ।

Share