ଭାଜପା ଉପରେ ବର୍ଷିଲେ ପ୍ରମିଳା: ଲକ୍ଷ୍ମୀ ବସ୍‌କୁ ନେଇ କହିଲେ ଏମିତି

ଭୁବନେଶ୍ୱର,୬।୭: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିିଜେଡି। ଏକ ଖବରଦାତା ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ଭାଜପା ସରକାର ରଙ୍ଗ ବଦଳାଇବା ନୀତି ଛାଡନ୍ତୁ।
ଲକ୍ଷ୍ମୀ ବସ୍‌ର ନାଁ ଏବଂ ରଙ୍ଗ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ ନେଇ ସେ କଡ଼ା ସମାଲୋଚନା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ଭାଜପା ସରକାର ରଙ୍ଗ ବଦଳାଇବା ନୀତି ଛାଡନ୍ତୁ। ନବୀନ ପଟ୍ଟନାୟକ ସରକାର କମ ଖର୍ଚ୍ଚରେ ଲୋକେ ଯିବା ଆସିବା କରିବେ ବୋଲି ଲକ୍ଷ୍ମୀ ବସ ଯୋଜନା କରିଥିଲେ । ମାତ୍ର କ୍ଷମତାକୁ ଆସିବା ପରେଭାଜପା ତାର ନାଁ ଓ ରଙ୍ଗ ପରିବର୍ତ୍ତନ କରୁଛି। ଏଥିରୁ ଜଣାପଡୁଛି, ଏହି ସରକାର ନୂଆ ଯୋଜନା କରିବେ ନାହିଁ। କିଛି ନୂଆ କରିବେ ନାହିଁ। ନବୀନ ସରକାର କରିଥିବା କାମରେ ରଙ୍ଗ ଦେଇ, ନାଁ ବଦଳାଇ ନିଜ ଫଟୋ ଛାପି କେବଳ ପ୍ରଚାର କରିବେ। କାହା ନିର୍ଦ୍ଦେଶରେ ଲକ୍ଷ୍ମୀ ବସର ନାଁ ଓ ରଙ୍ଗ ବଦଳା ଯାଉଛି, ଏହି ନିଷ୍ପତ୍ତି କିଏ ନେଇଛି, ତାହା ଜଣାପଡୁନି।କେବଳ ବିଜେଡି ସରକାର କରିଥିବା କାମର ରଙ୍ଗ ବଦଳାଇ, ନାଁ ବଦଳାଇ ଏପରି ୫ ବର୍ଷ ଭାଜପା ସରକାର ବିତେଇ ଦେବ କି ବୋଲି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ।