Advertisement

‘ମନ୍ତ୍ରୀ ହେବା ଲୋକ ଗୋପରେ ବଢୁଛି’, ଭାଜପା ସରକାରଙ୍କୁ ଏମିତି କାହିଁକି କହିଲେ ପ୍ରମିଳା

ଭୁବନେଶ୍ୱର,୧୮।୩: ସରକାରଙ୍କୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିଶାନା। ପ୍ରମିଳା କହିଛନ୍ତି,ଭାଜପା ବିଧାୟକ ମନ୍ତ୍ରୀଙ୍କୁ ମାନୁ ନାହାନ୍ତି। ଏବେକା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁ ନାହାନ୍ତି।କିଛି ବିଧାୟକ ମନ୍ତ୍ରୀ ହେବାକୁ ବଡ଼ ପାଟିରେ କହୁଛନ୍ତି। ଯିଏ ମନ୍ତ୍ରୀ ହେବେ ସେ ଗୋପରେ ବଢୁଛନ୍ତି ବୋଲି ପ୍ରମିଳା କହିଛନ୍ତି।

ତେବେ ପ୍ରମିଳାଙ୍କ ଏଭଳି ବୟାନକୁ ନେଇ ଭାଜପା ନେତା ଟଙ୍କଧର ତ୍ରିପାଠୀ କଟାକ୍ଷ କରିଛନ୍ତି। ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରି ଭାଜପା ବିଧାୟକ ଟଙ୍କଧର କହିଛନ୍ତି, ଏବେ ୬ ମନ୍ତ୍ରୀ ପଦ ଖାଲି ଅଛି। କିଏ ମନ୍ତ୍ରୀ ହେବ ତାଙ୍କ ଦଳରେ ପ୍ରତିଯୋଗିତା ଚାଲିଛି। ପ୍ରମିଳାଙ୍କୁ ଏମିତି କହି ଟଙ୍କଧର କଟାକ୍ଷ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share