କଡ଼ା ଟକ୍କରର ସମ୍ମୁଖୀନ ହେବେ ପ୍ରମିଳା

ଯାଜପୁର/ପ୍ରୀତିପୁର(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ),୨ା୪: ଏଥର ଯାଜପୁର ଜିଲାରେ ସାଧାରଣ ନିର୍ବାଚନ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଯୋଜନାର ସଫଳତାକୁ ବଖାଣିବା ଶାସକ ଦଳର ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ବିରୋଧୀ ଏକାଧିକ ଯୋଜନାରେ ବିଫଳତା ଏବଂ ଦୁର୍ନୀତି ଭରି ରହିଥିବା ନେଇ ଭୋଟରଙ୍କ ପାଖକୁ ଯିବେ ବୋଲି ମନସ୍ଥ କରିଛନ୍ତି। ଜିଲାର ଏକମାତ୍ର ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବିଞ୍ଝାରପୁର। ବିଜେଡି ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ଲଗାତର ବିଜୟୀ ହେଉଥିବା ପ୍ରମିଳାଙ୍କୁ ଏଥର କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଭାଜପାରୁ ବବିତା ମଲ୍ଲିକ ଓ କଂଗ୍ରେସରୁ କନକଲତା ମଲ୍ଲିକ ଆଶାୟୀ ଥିବାରୁ ଏଥର ୩ ମହିଳାଙ୍କ ମଧ୍ୟରେ ନିର୍ବାଚନୀ ଯୁଦ୍ଧ ହେବ ବୋଲି ଆଶା କରାଯାଇଛି।
ବିଞ୍ଝାରପୁରର ଆସନ ପାଇଁ ଶାସକ ବିଜେଡି ପକ୍ଷରୁ ଟିକେଟ ଘୋଷଣା ହୋଇସାରିଥିଲେ ସୁଦ୍ଧା ବିରୋଧୀ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚା’ ଦୋକାନ ଓ ଛକ ବଜାରରେ ନାନା ଆଲୋଚନା ହେଉଛି। ଏଠାରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେବା ସୂଚନା ମିଳୁଛି। ହେଲେ ଭାଜପାର ଏକାଧିକ ଆଶାୟୀ ପ୍ରାର୍ଥୀ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ନିର୍ବାଚନର ଯାଜପୁର ଲୋକ ସଭା ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ ଓ ବିଧାନସଭା ପ୍ରାର୍ଥୀ ବବିତା ମଲ୍ଲିକ ଟିକେଟ ଦୌଡ଼ରେ ରହିଛନ୍ତି। ଗତ ୨ ଦଶନ୍ଧି ଧରି ବିଞ୍ଝାରପୁର ରାଜନୀତିରେ ସକ୍ରିୟ ଥିବା ବବିତା ମଲ୍ଲିକ ଗତ ନିର୍ବାଚନରେ ପ୍ରମିଳାଙ୍କ ବିରୋଧରେ ଲଢ଼ି ପ୍ରାୟ ୫୮ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ। ଏଥିସହିତ ଗତ ୫ ବର୍ଷ ଧରି ଦଳୀୟ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାରେ ସକ୍ଷମ ହୋଇଥିବା ମତପ୍ରକାଶ ପାଇଛି। ତେଣୁ ସେ ଟିକେଟ ପାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। ସେହିପରି କଂଗ୍ରେସରୁ ପ୍ରମୁଖ ଆଶାୟୀ ଭାବେ ପୂର୍ବତନ ବିଞ୍ଝାରପୁର ବ୍ଲକ ଅଧ୍ୟକ୍ଷା କନକଲତା ମଲ୍ଲିକ ଚର୍ଚ୍ଚାରେ ଅଛନ୍ତି ।
ଲୋକହିତକର ଯୋଜନାଗୁଡିକୁ ବିଜେଡି ଏଠାରେ ଅସ୍ତ୍ର ଭାବେ ପ୍ରୟୋଗ କରୁଛି। ଏଠାରେ ଗମନାଗମନ କ୍ଷେତ୍ରରେ ୫୦ ପ୍ରତିଶତ ପରିବର୍ତ୍ତନ ହୋଇଥିବା କୁହାଯାଇଛି। କିନ୍ତୁ ବାସ୍ତବରେ ସରକାରୀ ଅର୍ଥର ୮୦ ଭାଗ ଯଦି ଏଠାରେ ଖର୍ଚ୍ଚ ହୋଇଥାନ୍ତ, ତେବେ ଶତପ୍ରତିଶତ ରାସ୍ତା ନିର୍ମାଣ ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି। କିନ୍ତୁ ଦୁର୍ନୀତି ଏଠାରେ ଚରମସୀମାରେ ପହଞ୍ଚି ଥିବାରୁ କେବଳ ଠିକାଦାରି ରାଜ ଚାଲିଥିବା ଅଭିଯୋଗ ହେଉଛି। କୃଷକମାନଙ୍କ ପାଇଁ ଚେକ୍‌ଡ୍ୟାମ ନିର୍ମାଣ ହୋଇଛି ସତ, ହେଲେ ସେଥିମଧ୍ୟରୁ ଅଧିକାଂଶ ଅଚଳ ହୋଇପଡ଼ିଛି। ସିଂହପୁର-ଯାଜପୁର ରାସ୍ତାର ଦୋହରୀକରଣ କାର୍ଯ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ଆରମ୍ଭ ହୋଇଥିବାବେଳେ ଏଯାଏ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏକାଧିକ ପ୍ରକଳ୍ପ କେବଳ ପ୍ରତିଶ୍ରୁତିରେ ଅଟକିଛି। ଘଣ୍ଟିଆଳି-କନ୍ତିଆ ସେତୁ, ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି, ରକ୍ତଭଣ୍ଡାର ଓ ଅସ୍ତ୍ରୋପଚାର, ବେଙ୍ଗାନାଳ ପ୍ରକଳ୍ପ, ୩୦ ଭାଗ ଜମିକୁ ଜଳଚେନ, ବିଞ୍ଝାରପୁର ଏନ୍‌ଏସି, ଖରସ୍ରୋତା ନଦୀ ବନ୍ଧ ଯୋଜନାର ତଳମୁଣ୍ଡରେ ଡ୍ୟାମ କରି ୮ ସ୍ଥାନରେ ସୋଠ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏଯାଏ ହୋଇପାରିନାହିଁ। ସବୁ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri