ଭୁବନେଶ୍ୱର,୨୫।୧: ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ପ୍ରଥମ ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ଭାବେ ସେ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨୦୨୧ରେ ପାରା ଅଲିମ୍ପିକ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ମିଳିଥିଲା। ଏବେ ଏହି ସମ୍ମାନ ମିଳିବା ଲାଗି ସେ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ ସେ ୧୦ରୁ ଅଧିକ ଟୁର୍ନାମେଣ୍ଟ ଖେଳିବେ। ସେଥିଲାଗି ସେ ଆଶାବାଦୀ ଥିବା କହିଛନ୍ତି।