Categories: ଖେଳ

ସିଙ୍ଗଲ୍ସ, ଡବଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୩।୫,,(କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଦୀପ୍‌ରଞ୍ଜନ ବିଷୋୟୀ ସିଙ୍ଗଲ୍ସ ସେମିଫାଇନାଲରେ ହାରିଯାଇଥିବାରୁ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ମିକ୍ସଡ ଡବଲ୍ସ ସେମିଫାଇନାଲରେ ପରାଜିତ ହୋଇଥିବାରୁ ପ୍ରମୋଦ ଓ ମନୀଷା ରାମଦାସ ଯୋଡ଼ି ବ୍ରୋଞ୍ଜ୍‌ ପଦକ ପାଇଛନ୍ତି। ସୋମବାର ଅନୁଷ୍ଠିତ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କୁ ୨୧-୧୦, ୨୧-୧୭ରେ ପରାସ୍ତ କରିଛନ୍ତି। ଫାଇନାଲରେ ସେ ନିଜ ଦେଶର ନୀତେଶ କୁମାରଙ୍କୁ ଭେଟିବେ। ସେହିପରି ପ୍ରମୋଦ ଓ ସୁକାନ୍ତ କଦମ ଯୋଡ଼ି ଡବଲ୍ସ ସେମିରେ ଦୀପ୍‌ ରଞ୍ଜନ ବିଷୋୟୀ ଓ ମନୋଜ ସରକାରଙ୍କୁ ୨୧-୧୫, ୨୧-୧୬ରେ ହରାଇ ଦେଇଛନ୍ତି। ଫାଇନାଲରେ ଏହି ଯୋଡ଼ି ନିଜ ଦେଶର ତରୁଣ ଓ ନୀତେଶ କୁମାରଙ୍କୁ ଭେଟିବେ।

Share