Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତଙ୍କ ନାଁରେ ଲାଗିଲା ମୋହର

ପଣଜି,୨୧।୩: ଦେଶର ୫ଟି ବିଧାନସଭା ନିର୍ବାଚନ ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବା ପରେ ଗୋଆ ଓ ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ସୋମବାର ଏସବୁର ଅନ୍ତ ଘଟିଛି। ପ୍ରମୋଦ ସାଓ୍ବନ୍ତ ପୁଣି ଥରେ ଗୋଆର ମୁଖ୍ୟମନ୍ତ୍ରୀ ହେବେ। ସୋମବାର ପଣଜିରେ ଆୟୋଜିତ ହୋଇଥିବା ବିଧାୟକ ଦଳର ବୈଠକରେ ପ୍ରମୋଦ ସାଓ୍ବନ୍ତ ନାଁରେ ମୋହର ଲାଗିଛି। ଏହି ବୈଠକରେ ପ୍ରମୋଦ ସାଓ୍ବନ୍ତଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଗୋଆରେ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରମୋଦଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହା ଉପରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାର ନିର୍ବାଚନରେ ଭାଜପା ଏକାକୀ ୨୦ ଆସନ ଜିତି ସର୍ବବୃହତ୍ତ ଦଳର ମାନ୍ୟତା ପାଇଛି।

 

Share