Categories: ଖେଳ

ପ୍ରମୋଦଙ୍କ ଡବଲ ବିଜୟ

ଭୁବନେଶ୍ୱର, ୧୧।୫ (କ୍ରୀଡ଼ା ପ୍ରତିନିଧି): ଥାଇଲାଣ୍ଡର ପଟାୟାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ବୁଧବାର ଦ୍ୱିତୀୟ ଦିବସରେ ପ୍ରମୋଦ ଭଗତ ଡବଲ ବିଜୟ ହାସଲ କରିଛନ୍ତି। ମନିଷା ରାମଦାସ ଓ ପ୍ରମୋଦ ଯୋଡ଼ି ମିକ୍ସଡ ଡବଲ୍ସର ଦ୍ୱିତୀୟ ଗ୍ରୁପ୍‌ ମ୍ୟାଚରେ ଥାଇଲାଣ୍ଡର ଚାଓ୍ବରତ କିଟିଚୋକ୍‌ଓ୍ବାଟାନା ଓ ଚାନିଡ଼ା ଶ୍ରୀନାଭାକୁଲଙ୍କୁ ୨୧-୧୭, ୨୧-୧୨ରେ ପରାସ୍ତ କରିଛନ୍ତି। ସେହିପରି ସିଙ୍ଗଲ୍ସର ଦ୍ୱିତୀୟ ଗ୍ରୁପ୍‌ ମ୍ୟାଚରେ ପ୍ରମୋଦ ଥାଇଲାଣ୍ଡର ସାଙ୍ଗନିଲ୍‌ ସିଙ୍ଘାଙ୍କୁ ୨୧-୧୬, ୨୧-୯ରେ ହରାଇ ଦେଇଛନ୍ତି। ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ
ଦୀପ ରଞ୍ଜନ ବିଶୋଇ ସିଙ୍ଗଲ୍ସରୁ ବିଦାୟ ନେଇଥିଲେ ହେଁ ଡବଲ୍ସରେ ମନୋଜ ସରକାରଙ୍କୁ ସାଥିକରି ନିଜ ଦେଶର ବିକ୍ରମ କୁମାର ଓ ସୁହାସ ଲୀଙ୍କୁ ୨୧-୧୦, ୨୦-୨୨ ଓ ୨୧-୧୩ରେ ପରାସ୍ତ କରିଛନ୍ତି।

Share