Categories: ଜାତୀୟ

କଂଗ୍ରେସର ସ୍ବାର୍ଥ ଯୋଗୁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାଓ୍ବାର, ପ୍ରଣବ ମୁଖାର୍ଜୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୯।୮: କଂଗ୍ରେସର କ୍ଷମତା ସ୍ବାର୍ଥ ଯୋଗୁ ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାଓ୍ବାରଙ୍କ ପରି ବଡ ବଡ ନେତାମାନେ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଏନଡିଏ ସାଂସଦଙ୍କ ସହ ଦୁଇଟି ପୃଥକ ବୈଠକ କରି ଇଣ୍ଡିଆ ମେଣ୍ଟକୁ ପୁଣି ଟାର୍ଗେଟ କରିଛନ୍ତି। ବୈଠକରେ ମୋଦି ନେହେରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।
ମୋଦି କହିଛନ୍ତି, ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାୱାରଙ୍କ ପରି ବହୁ ଉଚ୍ଚକୋଟୀର ନେତା କଂଗ୍ରେସର ରାଜବଂଶ ଯୋଗୁଁ ଦେଶର ପୁରାତନ ଦଳରେ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। କଂଗ୍ରେସ ଦଳର ସମ୍ପୂର୍ଣ୍ଣ ବ୍ୟବସ୍ଥା ଗାନ୍ଧୀ ପରିବାରର ସ୍ବାର୍ଥ ଦ୍ୱାରା ପ୍ରେରିତ। ସେମାନଙ୍କର ସ୍ବାର୍ଥକୁ ପୂରଣ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ଥିବା ବହୁ ବଡ ନେତାଙ୍କ ଅଭିଳାଷକୁ ହତ୍ୟା କରିଛନ୍ତି। ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାୱାରଙ୍କ ପରି ଦକ୍ଷ ବ୍ୟକ୍ତିମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇ ନାହାନ୍ତି।

Share