Categories: ଜାତୀୟ

ଗଭୀର କୋମାରେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗଭୀର କୋମାରେ ଅଛନ୍ତି। ଗତ ୧୭ ଦିନ ହେବ ହସ୍ପିଟାଲରେ ଥିବା ପ୍ରଣବ ମୁଖାର୍ଜୀଙ୍କ ଲଗାତର ସ୍ବାସ୍ଥାବସ୍ଥା ବିଗୁଡୁଥିବା ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଗଭୀର କୋମାରେ ଅଛନ୍ତି। ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିବା ଡାକ୍ତରମାନେ କହିଛନ୍ତି। ସେ ହିମୋଡାୟନେମିକାଲି ଷ୍ଟେବଲ୍‌ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ ୧୦ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ତାଙ୍କ କରୋନା ପଜିଟିଭ୍‌ ଜଣାପଡିଥିଲା। ଏବେ ଏହାର ଚିକିତ୍ସା ମଧ୍ୟ କରାଯାଉଛି। ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ।

Share