Categories: ଜାତୀୟ

ପ୍ରଣବ ମୁଖାର୍ଜୀ ସଙ୍କଟାପନ୍ନ

ନୂଆଦିଲ୍ଲୀ, ୧୩ା୮ : ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ସେ ଏବେ ବି ସେନା ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଅଗଷ୍ଟ ୧୦ରେ ସେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମସ୍ତିଷ୍କ ସର୍ଜରୀ କରାଯିବା ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମଙ୍ଗଳବାରଠାରୁ ତାଙ୍କ ଚିକିତ୍ସାରେ କୌଣସି ଉନ୍ନତି ଆସି ନ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ବିଭିନ୍ନ ରାଜନେତା ଓ ସମ୍ପର୍କୀୟମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

Share