Categories: ଜାତୀୟ

ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ, ୧୨ା୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ି ଥିବା ଜଣାପଡ଼ିଛି। ସେ ଏବେ ମିଲିଟାରି ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ୮୪ ବର୍ଷୀୟ ମୁଖାର୍ଜୀ ସୋମବାର ମସ୍ତିଷ୍କ ସର୍ଜରି ପୂର୍ବରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏକ ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ହସ୍ପିଟାଲକୁ ଯାଇ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରିବା ସହ ଆଶୁଆରୋଗ୍ୟ କାମନା କରିିଛନ୍ତି।

Share