Posted inଜାତୀୟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ କରିବେ କେନ୍ଦ୍ର ସରକାର; ଝିଅ PM ମୋଦିଙ୍କୁ କହିଲେ ଥ୍ୟାଙ୍କ ୟୁ…

ନୂଆଦିଲ୍ଲୀ,୭।୧: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବା ଲାଗି କଂଗ୍ରେସ ଦାବି କରିଆସୁଛି। ଏହାକୁ ନେଇ ଗତ ଦୁଇ ସପ୍ତାହ ଧରି ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଷ୍ଟ୍ରୀୟ ସ୍ମୃତି’ ଅଞ୍ଚଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ସ୍ମାରକୀ ନିମାଣ କରିବାକୁ ଘୋଷଣା କରିଛନ୍ତି।

୨୦୨୦ ଅଗଷ୍ଟ ୩୧ରେ ପ୍ରଣବଙ୍କର ପରଲୋକ ହୋଇଥିଲା। ତାଙ୍କ ସମ୍ମାନରେ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବାରୁ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ପ୍ରଣବଙ୍କ ସମାଧି ନିର୍ମାଣ ପାଇଁ ରାଜଘାଟ ପରିସର ଅନ୍ତର୍ଗତ ରାଷ୍ଟ୍ରୀୟ ସ୍ମୃତି କମ୍ପ୍ଲେକ୍ସ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ସରକାର ଏକ ଚିଠି ମାଧ୍ୟମରେ ଶର୍ମିଷ୍ଠାଙ୍କୁ ଏହି ନିଷ୍ପତ୍ତି ଜଣାଇଥିଲେ।

ତେବେ ଶର୍ମିଷ୍ଠା କହିଛନ୍ତି, ବାପା କହୁଥିଲେ ଯେ ରାଜକୀୟ ସମ୍ମାନ ଦାବି କରାଯାଏନାହିଁ, ମିଳିଥାଏ। ମୁଁ କୃତଜ୍ଞ ଯେ ପ୍ରଧାନମନ୍ତ୍ରୀ ମୋଦି ବାପାଙ୍କ ସ୍ମୃତିର ସମ୍ମାନ କରିବାକୁ ଯାଇ ଏଭଳି କରିଛନ୍ତି। ଏଥିରୁ ବାପାଙ୍କୁ ଫରକ ପଡେନାହିଁ, କାରଣ ସେ ପ୍ରଶଂସା କିମ୍ବା ଆଲୋଚନାଠାରୁ ଊର୍ଦ୍ଧ୍ୱରେ ଅଛନ୍ତି। ହେଲେ ତାଙ୍କ ଝିଅ ହିସାବରେ ମୋର ଖୁସି ବ୍ୟକ୍ତ କରିବା ଲାଗି ଶବ୍ଦର ଅଭାବ ପଡ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପେ ବଞ୍ଚିଲେ ବାପର ନାଁ

ଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image