Categories: ଜାତୀୟ

ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ଭାରତୀୟ ସେନା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କର ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ୮୪ ବର୍ଷ ବୟସ୍କ ପ୍ରଣବଙ୍କୁ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମସ୍ତିଷ୍କ ସର୍ଜରୀ କରାଯିବା ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

Share