Categories: ଜାତୀୟ

ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା: ଆର୍ମି ହସ୍ପିଟାଲ

ନୂଆଦିଲ୍ଲୀ,୧୭।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସୋମବାର ସକାଳୁ ପୁଣିଥରେ ବିଗିଡି ଯାଇଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଶରୀରର ମୁଖ୍ୟଅଙ୍ଗ ଗୁଡିକ ପୂର୍ବଭଳି ସ୍ଥିର ଥିବା ବେଳେ ଏବେବି ସେ ଭେଣ୍ଟିଲେଟରରେ ରହିଛନ୍ତି। ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିବା ବେଳେ ରବିବାର ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା କହିଥିଲେ। ହେଲେ ଏବେ ଏହା ପୁଣିଥରେ ବିଗିଡି ଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ତାଙ୍କର ବ୍ରେନ୍‌ ସର୍ଜରୀ କରାଯାଇଥିବା ବେଳେ ସେ କରୋନାରେ ମଧ୍ୟ ପୀଡ଼ିତ ଥିବା ଜଣାପଡିଥିଲା। ସେବେଠାରୁ ଆର୍ମି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

Share