ହାରିବା ପରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଣବ, ଲେଖିଲେ…

ଭୁବନେଶ୍ୱର,୪।୬: ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦ ହଜାର ୭୯୩ ଭୋଟ ମିଳିଛି। ତେବେ ଧର୍ମେନ୍ଦ୍ରଙ୍କ ବିଜୟକୁ ନେଇ ପ୍ରଣବ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି କହିଛନ୍ତି, ଧର୍ମେନ୍ଦ୍ର ବାବୁ, ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆପଣଙ୍କର ବିଜୟ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା। ଆଶା କରୁଛି, ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆପଣ ଏମ୍‌ପି ଭାବେ ନିରନ୍ତର କାର୍ଯ୍ୟ କରିବେ।