ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର ଏହି ନିର୍ବାଚନମଣ୍ଡଳୀର ୩ ଗୋଷ୍ଠୀ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଭୁବନେଶ୍ୱର ଶଙ୍ଖ ଭବନକୁ ଡାକି ଏକତ୍ରିତ କରିଛନ୍ତି ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ହେଲେ ସେଠାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଛି। ଅମରଙ୍କ ଅନୁପସ୍ଥିତି ଦଳ ପାଇଁ କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଉଛି। ପ୍ରଣବ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି। ଗୋଷ୍ଠୀ ବିବାଦ ନ କରି ସମସ୍ତେ ଏକହୋଇ ଲଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଓ ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଘୋଷଣା କରିବେ ତାଙ୍କୁ ସମସ୍ତେ ଗ୍ରହଣ କରି ଏକତ୍ରିତ ହୋଇ ଲଢ଼ିବାକୁ ସେ କହିଛନ୍ତି।
ଯାଜପୁର ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବିଜେଡି ରାଜ୍ୟ ସମ୍ପାଦକ ଜନ୍ମେଜୟ ଲେଙ୍କା, କ୍ୟାପଟେନ ରାଜନାରାୟଣ ମହାପାତ୍ର, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବହୁ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ।
ବଡ଼ଚଣା ବିଜୁ ଜନତା ଦଳରେ ଏବେ ୩ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ଲଗାତରଭାବେ ନିର୍ବାଚିତ ହୋଇ ଆସୁଥିବା ବିଧାୟକ ଅମର ପ୍ରସାଦ ଶତପଥୀ ଏଠାରୁ ୬ ଥର ବିଧାୟକ ହୋଇଛନ୍ତି। ୨୦୧୯ରେ କଂଗ୍ରେସ ପରିତ୍ୟାଗ କରି ଆସିଥିବା ଜନ୍ମେଜୟ ଲେଙ୍କା ବିଜେଡିରେ ଯୋଗ ଦେବାପରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ ହେବା ସହ ମୟୂରଭଞ୍ଜ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ଭାଳିଛନ୍ତି। ସେହିପରି ବଡ଼ଚଣାରେ କଂଗ୍ରେସ ଦଳର ନେତୃତ୍ୱ ନେଉଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ର ମାର୍ଚ୍ଚ ୬ରେ ଦଳରୁ ଇସ୍ତଫା ଦେଇଥିଲେ। ପରେ ସେ ତାଙ୍କର ସମର୍ଥକଙ୍କ ସହ ଯାଇ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି। ଏହି ୩ ହେଭିୱେଟ ନେତା ଗୋଟିଏ ଦଳରୁ ହୋଇଥିବାରୁ ପ୍ରାର୍ଥୀ ଚୟନ ଦଳ ସଭାପତିଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ସେଥିପାଇଁ ୩ ଗୋଷ୍ଠୀର ନେତୃତ୍ୱମାନଙ୍କୁ ଡାକି ବୁଝାସୁଝା କରିବା ଉଦ୍ୟମ ଆରମ୍ଭ ହୋଇଛି। ଏବେ ଦେଖିବାକୁ ଅପେକ୍ଷା ପ୍ରାର୍ଥୀ ଘୋଷଣାକୁ। ପ୍ରାର୍ଥୀ ଘୋଷଣା ପରେ ସବୁନେତାଙ୍କ ଗତିବିଧି ସ୍ପଷ୍ଟ ଜଣାପଡ଼ିବ ବୋଲି ବଡ଼ଚଣାରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri