Categories: ଖେଳ

କ୍ୱାର୍ଟରଫାଇନାଲରେ ହାରିଲେ ପ୍ରଣୟ

ତାଇପେ,୨୪ା୬(ପି.ଟି.): ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ.ଏସ୍‌. ପ୍ରଣୟ ତାଇପେ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ୫ମ ସିଡ୍‌ ହଂକଂର ଏଙ୍ଗ୍‌ କା ଲଙ୍ଗ୍‌ ଆଙ୍ଗସଙ୍କଠାରୁ ୧୯-୨୧, ୮-୨୧ରେ ହାରିଯାଇଛନ୍ତି। ପ୍ରଣୟଙ୍କ ପରାଜୟ ପରେ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ମ୍ୟାଚରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ପ୍ରଥମ ଗେମ୍‌ଟି ସଂଘର୍ଷପୂର୍ଣ୍ଣ ରହିଥିଲା। ମାତ୍ର ଦ୍ୱିତୀୟ ଗେମ୍‌ରେ ପ୍ରଣୟ ତାଙ୍କ ଲୟ ହରାଇ ବସିଥିଲେ।

Share