ଅଙ୍ଗଦାନ କରି ୪ ଜୀବନ ବଞ୍ଚାଇଲେ ପ୍ରସନ୍‌ଜିତ୍‌

ଭୁବନେଶ୍ୱର,୨୬।୬(ଅଭିଜିତ ଦାସ): ଅଙ୍ଗଦାନ କରି ୪ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରସନ୍‌ଜିତ୍‌ ମହାନ୍ତି। ଓଡିଶା ଅଙ୍ଗଦାନ କ୍ଷେତ୍ରରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ସମ୍‌ ଅଲ୍ଟିମେଟ ମେଡିକେୟାରରେ ପ୍ରସନ୍ନଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା ପରେ ଶନିବାର ତାଙ୍କର ଏକାଧିକ ଅଙ୍ଗକୁ ଓଡ଼ିଶା, ଦିଲ୍ଲୀ ଓ କୋଲକାତାର ୪ଜଣ ଗୁରୁତର ରୋଗୀଙ୍କ ଶରୀରରେ ସଫଳ ଭାବେ ପ୍ରତ୍ୟାରୋପଣ କରାଯାଇପାରିଛି। ପ୍ରସନ୍‌ଜିତଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡିକର ଉତ୍ତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ୨ଟି ବୃକକ, ୨ଟି ପୁସ୍‌ଫୁସ୍‌ ଓ ଗୋଟିଏ ଯକୃତ ବାହାର କରାଯାଇଥିଲା। ମେଡିକାଲ ଟିମ୍‌ର ସହାୟତାରେ ଅଙ୍ଗଗୁଡିକୁ ପ୍ରଥମେ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ବିମାନବନ୍ଦର ଯାଏ ନିଆଯାଇଥିଲା। ସେଠାରୁ ବିମାନ ଯୋଗେ ଅନ୍ୟ ରାଜ୍ୟକୁ ପଠାଯାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ଦୁଇଟି ବୃକକ ମଧ୍ୟରୁ ଗୋଟିଏ ବୃକକ ଶନିବାର ଦିନ ପ୍ରତ୍ୟାରୋପଣ କରାଯାଇଥିବାବେଳେ ଅନ୍ୟଟି ପ୍ରତ୍ୟାରୋପଣ ନିମନ୍ତେ କଟକ ଏସ୍‌ସିବି ମେଡିକାଲ କଲେଜକୁ ପଠାଯାଇଥିଲା। ସେହିପରି ଫୁସ୍‌ଫୁସ୍‌ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ସଂପୃକ୍ତ କିଶୋର ଜଣକ ୪୫ଦିନ ଧରି ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷାରେ ଥିଲେ। ସେହିପରି ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଥିବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ସମ୍‌ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୪୩ ବର୍ଷୀୟ ପ୍ରସନ୍‌ଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ ୨୨ରେ ସମ୍‌ ଅଲ୍ଟିମେଟ୍‌ରେରେ ଭର୍ର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ମସ୍ତିଷ୍କର ଅସ୍ତ୍ରୋପଚାର କରାଯାଇଥିଲା। ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତ୍ତୀ ସମୟରେ ବିଗିଡିବାରେ ଲାଗିଥିଲା। ଜୁନ୍‌ ୨୩ରେ ପ୍ରସନ୍‌ଜିତଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ସୂଚନା ମିଳିଥିଲା। ଏହାର ୬ଘଣ୍ଟା ପରେ ଏକ ୨୦ ଜଣିଆ ସର୍ଜନ ଟିମ୍‌ଙ୍କ ଦ୍ୱାରା ୪ଘଣ୍ଟା ଧରି ଅପରେଶନ କରାଯାଇ ପ୍ରସନ୍‌ଜିତ୍‌ଙ୍କ ଶରୀରରୁ ଆବଶ୍ୟକ ଅଙ୍ଗଗୁଡିକ କଢା ଯାଇଥିଲା। ମୃତ ପ୍ରସନ୍‌ଜିତ ଓ ତାଙ୍କ ପରିବାର ବର୍ଗଙ୍କ ଏଭଳି କାର୍ଯ୍ୟ ସମାଜ ଲାଗି ଉଦାହରଣ ସୃଷ୍ଟି କରିଛି। ମୃତ ପ୍ରସନ୍‌ଜିତଙ୍କ ସ୍ତ୍ରୀଙ୍କୁ ସମ୍‌ ହସ୍ପିଟାଲରେ ନିଯୁକ୍ତି ଦିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri