ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି। ଏହି କ୍ରମରେ ଚଳିତ ନିର୍ବାଚନର ରେଢ଼ାଖୋଲ ବିଧାନସଭାର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ବ୍ରହ୍ମଚାରୀ ପ୍ରାଥମିକ ବିଦ୍ୟାଳୟର ବୁଥ୍‌ ନମ୍ବର- ୪୬ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସେ ମତଦାନ କରିଥିବାରୁ ଗର୍ବିତ ବୋଲି ପ୍ରସନ୍ନ କହିଛନ୍ତି।

Share