ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା ପ୍ରାର୍ଥୀ ଘୋଷଣା ପରେ ପ୍ରସନ୍ନ ପାଟ୍ଟଶାଣୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ, ତାହା ସମୟ କହିବ। ବର୍ତ୍ତମାନ ମୁଁ ବିଜୁ ଜନତା ଦଳରେ ଅଛି। ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାରେ କାମ କରୁଛି। ମୋ ପାଇଁ ପଦବୀ ବଡ଼ ନୁହଁ, ସମ୍ମାନ ଏବଂ ବିଶ୍ୱାସ ମୋ ପାର୍ଇ ବଡ଼। ହେଲେ ରାଜନୀତିରେ ସମୟ ବଡ଼ ବଳବାନ। କିଏ ରହିବ, କିଏ ଯିବ, ଆଉ ଭବିଷ୍ୟତରେ କ’ଣ ହେବ, ତାହା ସମୟ ଉପରେ ନିର୍ଭର।

ବିଜେଡି ଷଷ୍ଠ ତାଲିକାରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା, ଚମ୍ପୁଆରୁ ସନାତନ ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁଙ୍କୁ ଟିକେଟ୍‌ ଦେଇଛି। ସେହିପରି ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆ- ବାସନ୍ତୀ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି।

Share