Categories: Uncategorized

୧୩୦ ମୃତଦେହର ଫଟୋ ଉଠାଇଛନ୍ତି ପ୍ରସନ୍ନ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାଲେଶ୍ୱର ବାହନଗାରେ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ପାଇ ମୁଁ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚତ୍ଥିଲି। ହେଲେ ସେହି ବେଳର କିଛି ଦୃଶ୍ୟ ଦେଖି କିଛି ସମୟ ଲାଗି ମୁଁ ସ୍ତବ୍ଧ ହୋଇଯାଇଥିଲି। ଭାବି ନ ଥିଲି ଫଟୋଗ୍ରାଫର ଭାବେ କେବେ ମୃତଦେହର ପାହାଡ ଉପରେ ଛିଡା ହୋଇ କାମ କରିବି। ୧୩୦ଟି ମୃତ ଶରୀର ସହ ଭୟାବହ ଟ୍ରେନ୍‌ ଦୁର୍ଘଟଣାର ଫଟୋ କ୍ୟାମେରା ଲେନ୍ସରେ ମୁଁ ଉଠେଇଛି। ଆଖି ଆଗରେ ଖାଲି ଜଳଜଳ କରି ସେ ଦୃଶ୍ୟ ନାଚି ଉଠୁଛି ବୋଲି ଫଟୋଗ୍ରାଫର ପ୍ରସନ୍ନ କହିଛନ୍ତି। ପ୍ରସନ୍ନ ସେହି ଭୟାବୟ ରେଳ ଦୁର୍ଘଟଣାରେ ସେ ସମସ୍ତ ମୃତକଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ। କାରଣ ପରବର୍ତ୍ତୀ ସମୟରେ ଏହା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ।