ପ୍ରଶାନ୍ତ ଭୂଷଣ ରାୟ: ସାଧାରଣରେ ନାପସନ୍ଦ

ଭୁବନେଶ୍ୱର,୧।୯(ବ୍ୟୁରୋ):  ଦୀର୍ଘଦିନ ଧରି ଜାତୀୟସ୍ତରଠାରୁ ଆରମ୍ଭକରି ଆଞ୍ଚଳିକ ଗଣମାଧ୍ୟମ ଏବଂ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ସାମାଜିକ କର୍ମୀ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଶୁଣାଇଥିବା ରାୟ ବେଶ୍‌ ଆଶ୍ଚର୍ଯ୍ୟ କରିବା ଭଳି ଆସିଛି। ଦୀର୍ଘଦିନ ପର୍ଯ୍ୟନ୍ତ ଏହି ଘଟଣାର ଆଲୋଚନା ପର୍ଯ୍ୟାଲୋଚନା କୋର୍ଟରେ ଚାଲିଥିବାବେଳେ ସୋମବାର ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ବାବଦରେ ୧ ଟଙ୍କା ଦେବା କୋର୍ଟ ରାୟ ଦେବାକୁ ଶୁଣାଯାଇଛି। ଯଦି ଏହି ଜରିମାନା ରାଶି ଭୂଷଣ ନ ଦିଅନ୍ତି ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୩ ବର୍ଷ ଯାଏ ଓକିଲାତି କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ରାୟ ଆସିବାପରେ ସାଧାରଣରେ ଭିନ୍ନ ଧରଣର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ପ୍ରଶାନ୍ତ ଭୂଷଣ ପୁଣିଥରେ ଏହା ଉପରେ ରିଭ୍ୟୁ ପିଟିଶନ ଦାଖଲ କରିବେ ବୋଲି ଶୁଣାଯାଉଛି। ଏହା ମଧ୍ୟ ବାସ୍ତବରେ କରାଯିବା ଦରକାର। ଟଙ୍କାଏ ଜରିମାନା ଯାହା ଲକ୍ଷେ ମଧ୍ୟ ଜରିମାନା ସମାନ। ଦଣ୍ଡ ସବୁବେଳେ ଦଣ୍ଡ। ସୁପ୍ରିମକୋର୍ଟ କାହାକୁ ଆଧାରକରି ଏଭଳି ଦଣ୍ଡ ଶୁଣାଉଛନ୍ତି ବାସ୍ତବରେ ଜଣାନାହିଁ। କେବଳ ଭୂଷଣଙ୍କ ଟୁଇଟ୍‌ କଥା କୁହାଯାଉଛି, ହେଲେ ସେଥିରୁ କେଉଁ ଭୁଲ୍‌ ଧରାଯାଇଛି ଜଣାପଡୁନି। କିନ୍ତୁ ଭବିଷ୍ୟତ ପାଇଁ ଏହା ଶୁଭସୂଚକ ନୁହେଁ। ଏଥିରେ ସଂଶୋଧନ ଆସିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ଭାରତୀ ଚକ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇବା ଜଣେ ସାଧାରଣ ଲୋକଙ୍କ ପକ୍ଷେ ଉଚିତ ନୁହେଁ। ହେଲେ ବିଗତ ବର୍ଷଗୁଡିକରେ ଏଭଳି କିଛି ରାୟ ଆସିଛି ଯାହା ଜନସାଧାରଣଙ୍କ ମନରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାନ୍ତ ଭୂଷଣଙ୍କ ଘଟଣା ଦେଖିଲେ ସେହିଭଳି ଜଣାପଡୁଛି। ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାକୁ ଦେଖିଲେ ଲାଗୁଛି କୌଣସି ଲୋକ ପ୍ରଶ୍ନ କରିପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ପ୍ରତି ଉତ୍ତରଦାୟୀ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅବସରପ୍ରାପ୍ତ ପ୍ରଫେସର ବୀରେନ୍ଦ୍ର ନାଏକ କହିଛନ୍ତି ଯେ, ପ୍ରଶାନ୍ତ ଭୂଷଣ ସବୁବେଳେ ସାଧାରଣ ଲୋକଙ୍କ ପାଇଁ ମାଗଣାରେ ମାମଲା ଲଢ଼ନ୍ତି। ଯଦି ତାଙ୍କ ବିରୋଧରେ କିଛି ବଡ଼ ସଜା ହୋଇଥିଲେ ତାହାର ପ୍ରଭାବ ସାଧାରଣ ଓ ଗରିବ ଲୋକଙ୍କ ଉପରେ ପଡିଥାଆନ୍ତା। ସେ ଟଙ୍କାଏ ଫାଇନ ଦେଇଦେବେ ହେଲେ ନିଜ ଜିଦ୍‌ରେ ଅଟଳ ରହିଲେ। ସେ କହିଥିଲେ, ଯାହା ସଜା ଦେଲେ ଗ୍ରହଣ କରିବେ ହେଲେ କ୍ଷମା ମାଗିବେ ନାହିଁ। ଶେଷ ପର୍ଯ୍ୟନ୍ତ ମଧ୍ୟ ସେ ସମାନ କଥା କହିଛନ୍ତି, କିଛି ଭୁଲ୍‌ ସେ କରିନାହାନ୍ତି। ସୁପ୍ରିମକୋର୍ଟ ମଧ୍ୟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ପ୍ରଥମରୁ ସୁପ୍ରମିକୋର୍ଟ ଯେଉଁଭଳି ହେଉଥିଲେ ଶେଷ ପର୍ଯ୍ୟନ୍ତ ତାହା ରହିଲା ନାହିଁ। ଆଗକୁ ତାଙ୍କ ପାଇଁ ରିଭ୍ୟୁ ପିଟିଶନ ମଧ୍ୟ ଦାଖଲ କରିବାର ବାଟ ଖୋଲା ରହିଛି। ଅନ୍ୟପଟେ ସୁପ୍ରିମକୋର୍ଟ ଲୋକଙ୍କ ଶେଷ ବିଶ୍ୱାସ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଯେତେ ଟାଣ ଆଭିମୁଖ୍ୟ ରଖିବ ସେତେ ଭଲ ବୋଲି ସେ କହିଛନ୍ତି। ଆଇନଜୀବୀ ନାଗାର୍ଜୁନ ସେଠୀ କହିଛନ୍ତି ଯେ, କଣ୍ଟେମ୍ପ୍ଟ ପ୍ରୋସିଡିଂ ଜଣେ ଆଇନଜୀବୀଙ୍କ ଉପରେ କରିବା ଉଚିତ ନୁହେଁ। ଆଜି ଯେଉଁଭଳି ରାୟ ଆସିଲା ସାଧାରଣତଃ ବହୁ ବଡ଼ ଲୋକଙ୍କ ମାମଲାରେ ଏପରି ରାୟ ଆସିଥାଏ। ଏହା ଉପରେ ରିଭ୍ୟୁ ପିଟିଶନ ଦାଖଲ କରିବା ଉଚିତ। ଅନ୍ୟପଟେ ଭୂଷଣଙ୍କ ଟୁଇଟ୍‌ର କେଉଁ ଭୁଲ୍‌ ଧରାଯାଇଛି ତାହା ଜଣାପଡୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri