ଜାମିନ ଆବେଦନ କଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୭ା୬(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପକ୍ଷରୁ ଅତିରିକ୍ତ ପ୍ରଥମ ଶ୍ରେଣୀ ଜିଲା ଦୌରାଜଜଙ୍କ ନିକଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଗୁରୁବାର ଆବେଦନ କରାଯାଇଛି। ପୁତୁରାଙ୍କ ଶୁଦ୍ଧିକ୍ରିୟାରେ ଜଗଦ୍ଦେବ ଯୋଗଦେବା ପାଇଁ ବରିଷ୍ଠ ଓକିଲ ପ୍ରଭାତ ଦାସ କୋର୍ଟରେ ଜାମିନ ଆବେଦନ କରିଥିଲେ। ସରକାରୀ ଓକିଲ ଏବଂ ଜଗଦ୍ଦେବଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର କୋର୍ଟଙ୍କ ରାୟ ଆସିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍‌ରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା। ୨୮ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ସେ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଜେଲ ପରିସରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ଅଧିକ ଚିକିତ୍ସା ପାଇଁ ୨୯ତାରିଖ ଭୋର ୪ଟାରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ରହିଥିବା ଜଣାପଡ଼ିଥିଲା। ସେହିଦିନଠାରୁ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌

ନିରାକାରପୁର,୨୫।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ ଛକ ନିକଟରେ ସୋମବାର ଏକ ଅଟୋ...

ଭାଜପା ହାତ ଧରିଲେ ୪ ବିଜେଡି ନେତା

ମାଲକାନଗିରି,୨୫।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ,...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ କରିଥିଲେ ଅପହରଣ, ତା’ପରେ…

ହିଞ୍ଜିଳିକାଟୁ, ୨୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିବା ଅଭିଯୋଗରେ ସାଢ଼େ ୪ମାସ ପରେ ଅଭିଯୁକ୍ତଙ୍କୁ ଆନ୍ଦ୍ରପ୍ରଦେଶଠାରୁ...

ବହୁଚର୍ଚ୍ଚିତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଆଜୀବନ

ଵ୍ରହ୍ମପୁର, ୨୫।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି।...

ସିକକେତା ଗ୍ରାମରେ ନୂଆ ଚର୍ଚ୍ଚଗୃହ

ଦାରିଙ୍ଗବାଡି, ୨୫୧୧ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତା ଠାରେ କ୍ୟାଥୋଲିକ ମଣ୍ଡଳୀର ଏକ ଚର୍ଚ୍ଚ ଗୃହର ଶୁଭାରମ୍ଭ ହୋଇଛି। ଏହାକୁ...

ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ

ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍‌ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ...

ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ…

ବାଲିଗୁଡା,୨୫।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ସୋମବାର ରାୟ ଶୁଣାଇଛନ୍ତି...

ବେଳାଭୂମିରେ ବିରାଟକାୟ ବିରାଟକାୟ ସାର୍କ: ଦଖିବାକୁ ଲୋକଙ୍କ….

ଚିକିଟି,୨୫।୧୧: ଗଞ୍ଜାମ ଜିଲା ଚିକିଟି ସୋନପୁର ବେଳାଭୂମିରେ ବିରାଟକାୟ ସାର୍କ ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସମୁଦ୍ର ବେଳାଭୂମିରେ ଏହି ସାର୍କ ଲାଗିଛି। ଖବରପାଇ ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri