ଇଭିଏମ୍‌ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବ ଫେରାର

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ ବ୍ଲକର ଏକ ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ।

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥ୍‌ରେ ପଶି ପ୍ରଶାନ୍ତ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ସମୟରେ ଇଭିଏମ୍‌ ଭାଙ୍ଗିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ଖୋଜୁଛି ପୋଲିସ। ଖାଲି ଏତିକି ନୁହେଁ ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ବି କରିଛନ୍ତି ଆକ୍ରମଣ। ହିଂସାକାଣ୍ଡ ପରେ ଫେରାର ହୋଇଯାଇଥିଲେ। ଦୁଇ ଦିନ ତଳେ ଧମକ ଦେଇଥିଲେ ପ୍ରଶାନ୍ତ।

Share