Categories: ଜାତୀୟ

କୌଣସି ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବି ନାହିଁ – ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ଭାଜପା ୧୦୦ ଆସନରୁ ଅଧିକ ଜିତିବ ନାହିଁ, ଯଦି ଜିତିବ ନିର୍ବାଚନୀ ରଣନୀତି କାମରୁ ସନ୍ୟାସ ନେଇଯିବି। ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏଭଳି ଘୋଷଣ କରିଥିଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ପ୍ରଶାନ୍ତଙ୍କ ଦାବି ରବିବାର ସତ୍ୟ ପ୍ରମାଣିତ ହୋଇଛି। ଭାଜପା ପଞ୍ଚିମବଙ୍ଗରେ ୧୦୦ଟି ଆସନ ତଳେ ଅଟକ ରହିଛି। ଏହା ସତ୍ତ୍ୱେ ପ୍ରଶାନ୍ତ ଆଉ ନିର୍ବାଚନ ରଣନୀତି ପ୍ରସ୍ତୁତ କାମ କରିବେ ନାହିଁ ବୋଲି ରବିବାର କହିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, କେବେ ମଧ୍ୟ ଏହି କାମ କରିବାକୁ ଚାହୁଁ ନ ଥିଲି । କିନ୍ତୁ ଘଟଣା କ୍ରମେ ଏହି କାମ କରିବାକୁ ପଡିଥିଲା। ବର୍ତ୍ତମାନ ଏଥିରୁ ବ୍ରେକ ନେବାକୁ ଚାହୁଁଛି । ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ୨୦୧୪ରେ ଭାଜପା ପାଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲେ । ‘ମୋଦି ଆନେ ୱାଲେ ହୈ’ ତାଙ୍କରି ଶ୍ଲୋଗାନ ରହିଥିଲା। ତେବେ ଭାଜପା ସହିତ ମତଭେଦ ପରେ ସେ ବିହାରରେ ନୀତିଶ କୁମାର ଏବଂ ଜେଡିୟୁ ପାଇଁ ରଣନୀତି କରିଥିଲେ । ୨୦୧୫ରେ ନୀତିଶ ଓ ଲାଲୁଙ୍କ ମେଣ୍ଟ କ୍ଷମତାକୁ ଫେରିବା ପରେ ନୀତିଶ ତାଙ୍କୁ ଜେଡିୟୁର ଉପ ସଭାପତି ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ନୀତିଶ ପୁନଃ ଏନ୍‌ଡିଏକୁ ଫେରିବା ପରେ ପ୍ରଶାନ୍ତ ଅଲଗା ରାସ୍ତା ଧରିଥିଲେ।

Share