Advertisement

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୫:ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିଜର ଏକ ରାଜନୈତିକ ଦଳ ଗଢିବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୀତିରେ ପ୍ରବେଶ କରିବେ କି ନାହିଁ ସେନେଇ ଗୁରୁବାର ପ୍ରଶାନ୍ତ କିଶୋର ଏକ ଖବରଦାତା ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ କୌଣସି ରାଜନୈତିକ ଦଳ ଗଠନ କରିବାକୁ ଯାଉନାହିଁ କିନ୍ତୁ ମୁଁ ୧୭ ହଜାର ଲୋକଙ୍କ ସହ କଥା ହେବି। ଯଦି ଏହି ସମସ୍ତ ଲୋକ ଏକ ଦଳ ଗଠନ ପାଇଁ ପ୍ରସ୍ତୁତ ହେବେ, ତେବେ ଦଳ ଗଠନ କରାଯିବ। କିନ୍ତୁ ସେହି ଦଳ କେବଳ ମୋର ନୁହେଁ ବରଂ ଯେଉଁମାନେ ଏଥିରେ ସହଯୋଗ କରିବେ ସେମାନଙ୍କୁ ଦଳର ଦାୟିତ୍ୱ ଦିଆଯିବ। ମୁଁ ମୁଖିଆ ହେବାକୁ ଚାହୁଁନାହିଁ।
ଏହା ବ୍ୟତୀତ ପ୍ରଶାନ୍ତ କିଶୋର ଅକ୍ଟୋବର ୨ରୁ ବିହାରରେ ୩୦୦୦ କିଲୋମିଟର ‘ପଦଯାତ୍ରା’ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏବେ ବିହାରରେ କୌଣସି ନିର୍ବାଚନ ନାହିଁ, ତେଣୁ ଦଳ ଗଠନ ହେବାର କୌଣସି ଆଲୋଚନା ହେବ ନାହିଁ। ମୁଁ ପରବର୍ତ୍ତୀ ତିନି-ଚାରି ବର୍ଷ ବିହାରର ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ଏହାସହ ପ୍ରଶାନ୍ତ କିଶୋର ବିହାର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଲାଲୁ ଏବଂ ନୀତିଶଙ୍କ ୩୦ ବର୍ଷ ଶାସନ ପରେ ବିହାର ହେଉଛି ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ। ବିହାର ବିକାଶ ପାଇଁ ନୂଆ ଚିନ୍ତାଧାର ଆବଶ୍ୟକ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share