Categories: ଜାତୀୟ

‘୨୦୨୪ରେ ଭାଜପାକୁ ହରାଇବା ସମ୍ଭବ’

ନୂଆଦିଲ୍ଲୀ,୨୪।୧: “୨୦୨୪ରେ ଭାଜପାକୁ ହରାଇବା ସମ୍ଭବ। କିନ୍ତୁ ଭାଜପାକୁ ବର୍ତ୍ତମାନ ବିରୋଧୀ ହରାଇ ପାରିବେ କି? ସମ୍ଭବତଃ ନା। ୨୦୨୪ରେ ଭାଜପାକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀ ମୋର୍ଚ୍ଚା ଗଠନ କରିବାରେ ସାହାଯ୍ୟ କରିବାକୁ ମୁଁ ଚାହେଁ” ଏକ ସାକ୍ଷାତ୍‌କାରରେ ଏଭଳି କହିଛନ୍ତି ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର।

୪୫ ବର୍ଷୀୟ ପ୍ରଶାନ୍ତ କହିଛନ୍ତି, ଭାଜପାକୁ ହରାଇବାକୁ ଚାହୁଁଥିବା ଯେ କୌଣସି ଦଳ କିମ୍ବା ନେତାଙ୍କୁ ୫ରୁ ୧୦ ବର୍ଷ ଲାଗି ଯୋଜନା କରିବାକୁ ପଡ଼ିବ। ଏହା ୫ ମାସ ମଧ୍ୟରେ ସମ୍ଭବ ନୁହେଁ।

Share