Posted inଜାତୀୟ

ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଦେଲେ ବଡ଼ ଅଫର୍‌

ପାଟନା,୬।୮: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ଦଳ ଏହା ପାଇଁ କଠିନ ପରିଶ୍ରମ କରିସାରିଛନ୍ତି। ଜନ ସୁରଜର ପ୍ରତିଷ୍ଠାତା ତଥା ନିର୍ବାାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ସମସ୍ତ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସେ ବିହାରର ଲୋକଙ୍କୁ ଏକ ଖୋଲା ଅଫର ଦେଇଛନ୍ତି, ଯାହା ଆଗାମୀ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡି (ୟୁ) ଏବଂ ତେଜସ୍ବୀ ଯାଦବଙ୍କ ଆରଜେଡିର ପୁରା ଖେଳ ବିଗାଡିପାରେ।
ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ଅଭିଯାନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ୨୦୨୫ରେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବଡ଼ ରାଜନୈତିକ ପଦକ୍ଷେପ ନେଇଛନ୍ତି।
ରାଜ୍ୟ ରାଜଧାନୀ ପାଟନାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ପି.କେ ସ୍ପଷ୍ଟ କରିଛନ୍ତି, ସେ ପୂର୍ବରୁ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସାମାନ୍ୟ ପାର୍ଥକ୍ୟ ଅଛି। ଏହା ପୂର୍ବରୁ ମୁଁ ରାଜନୈତିକ ଦଳ ତଥା ରାଜନେତାମାନଙ୍କୁ ସାହାଯ୍ୟ କରୁଥିଲି (ନିର୍ବାଚନ ପ୍ରସଙ୍ଗରେ)। ବର୍ତ୍ତମାନ ମୁଁ ବିହାରର ଲୋକଙ୍କ ପାଇଁ ଏହି କାମ କରିବାରେ ବ୍ୟସ୍ତ ଅଛି।
ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ବିହାରର ଲୋକଙ୍କୁ ଏକ ଖୋଲା ଅଫର ଦେଇ କହିଛନ୍ତି, ଜନ ସୁରଜ ଆପଣଙ୍କୁ ନିର୍ବାନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦେବ। ତେବେ ଏଥିପାଇଁ ସେ ଏକ ସ୍ବତନ୍ତ୍ର ସର୍ତ୍ତ ମଧ୍ୟ ରଖିଛନ୍ତି।
ପି.କେ ବିହାରର ଲୋକଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି, ଆପଣମାନେ ନିଜର ଭୂମିକା ସ୍ଥିର କରନ୍ତି। ଯଦି ଆପଣ ଗୋଟିଏ ପଦକ୍ଷେପ ନିଅନ୍ତି, ତେବେ ଜନ ସୁରଜ ଆପଣଙ୍କୁ ଚାରିଟି ପଦକ୍ଷେପ ନେବାରେ ସାହାଯ୍ୟ କରିବେ।
ସାଧାରଣ ସଭାରେ ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଛନ୍ତି, ନେତା ହେବାକୁ କୌଣସି ଟନିକ୍‌ ନାହିଁ। ଯଦି ଏହିପରି କିଛି ଘଟିଥାନ୍ତା, ସେ ନିଜେ ଏହାକୁ ପିଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri