Posted inଜାତୀୟ

ନୀତୀଶ କୁମାରଙ୍କୁ ନେଇ ବଡ଼ କଥା କହିଦେଲେ ପ୍ରଶାନ୍ତ କିଶୋର

ପାଟନା,୪।୮: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ଅଭିଯାନର ପ୍ରମୁଖ ପ୍ରଶାନ୍ତ କିଶୋରଙ୍କ ଆଗାମୀ ବିହାର ବିଧାନସଭା ନିର୍ବାାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପ୍ରଶାନ୍ତ କିଶୋର ପାଟଣାର ବାପୁ ଅଡିଟୋରିୟମରେ ଜନ ସୁରଜର ଯୁବ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେ ୨୦୨୫ ନିର୍ବାଚନ ସମ୍ପର୍କରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ଜନ ସୁରଜ ପାର୍ଟି ୨୪୩ଟି ଆସନରେ ନିର୍ବାଚନ ଲଢିବ। ଦିନ ଥିଲା ଆମକୁ ନୀତୀଶ କୁମାର ଝୁଲାଇ ଝୁଲାଇ ପାଗଳ କରିଦେଇଥିଲେ। କିନ୍ତୁ ଏବେ ସମୟ ବଦଳିଛି। ଏବେ କର ବା ମର ଲଢେଇ ହେବ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେ ସେହି ଯୁବକମାନଙ୍କୁ ପ୍ରସ୍ତୁତ କରୁଛୁ, ଯେଉଁମାନେ ଆଗାମୀ ବର୍ଷରେ ଲୋକଙ୍କ ସହ ରହିବେ। ମୁଁ ଲିଖିତ ଭାବରେ ଦେଉଛି ଯେ ଆସନ୍ତା ବର୍ଷ ଏହି ଯୁବକମାନେ ଗୃହରେ ବସିବେ।
ବିହାର ବିଧାନସଭାରେ ସମୁଦାୟ ୨୪୩ ସଦସ୍ୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା, ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନ ଭାଜପା, ଜେଡିୟୁ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା ସହିତ ଏନଡିଏ ଦ୍ୱାରା ଲଢିବାକୁ ଯାଉଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଏପର୍ଯ୍ୟନ୍ତ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ...

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ...

ଆମେ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ନାହୁଁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଦେଶର ରାଜଧାନୀ ପ୍ରଦୂଷିତ ହେବାରେ ଲାଗିଛି। ରାଜଧାନୀରେ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଉତ୍ତର...

ବିବାହ ଷ୍ଟେଜରେ ବନ୍ଧୁଙ୍କୁ ଉପହାର ଦେଉଥିବା ବେଳେ ହେଲା ହାର୍ଟ ଆଟାକ୍‌…, ଦେଖନ୍ତୁ ଭିଡିଓ

ହାଇଦରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘଟଣାହେଲା, ରାଜ୍ୟର ଏକ ସ୍ଥାନରେ ଏକ ବିବାହ ଚାଲିଥିଲା, ଯେତେବେଳେ ଜଣେ...

ମାଛଧରା ବୋଟ ସହିତ ମାଡ଼ ହେଲା ନୌସେନାର ବୁଡ଼ା ଜାହାଜ, ୨ ମତ୍ସ୍ୟଜୀବୀ ନିଖୋଜ

ଭୁବନେଶ୍ୱର,୨୨।୧୧:ଗୋଆ ଉପକୂଳ ନିକଟରେ ଏକ ଭାରତୀୟ ନୌସେନା ବୁଡ଼ାଜାହାଜ ଏକ ଭାରତୀୟ ମତ୍ସ୍ୟଜୀବୀ ଜାହାଜ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁଇ ଜାହାଜରେ ୧୩ ଜଣ ନାବିକ...

ମହଙ୍ଗା ପଡିଲା ଅଇଁଠା ଆଇସକ୍ରିମ ବିକିବା, ଜଣାପଡିବା ପରେ…

ଥିରୁଭାନନ୍ତପୁରମ,୨୨।୧୧: କେରଳର କୋଡୁଭାଲୀ ନିକଟ କିଜାକୋଥୁ ପଞ୍ଚାୟତରେ ଅବସ୍ଥିତ ଏକ ପପ୍ସିକଲ ଦୋକାନ ଆଇସ ମି ନିକଟରେ ଭାଇରାଲ ଭିଡିଓ ଯୋଗୁଁ ବିବାଦ ଘେରକୁ ଆସିଯାଇଛି।...

ଏକଜିଟ ପୋଲ ହୋଇଯିବ ଭୁଲ୍‌! ଫଳାଫଳ ପୂର୍ବରୁ ଏହି ଆକଳନ କରିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଅର୍ଥାତ୍‌ ୨୩ ନଭେମ୍ବରରେ ଆସିବ। ସେହି ଦିନ ରାଜସ୍ଥାନ ଏବଂ ୟୁପିରେ ଅନୁଷ୍ଠିତ ଉପ-ନିର୍ବାଚନର...

ମ୍ୟାଜିକ୍‌ ନମ୍ବର ନ ଛୁଇଁଲେ ବି ସରକାର ଗଢିବ ମହାୟୁତି! ଜାଣନ୍ତୁ ଭାଜପାର ପ୍ଲାନ୍‌ ବି…

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ନିର୍ବାଚନରେ ଭୋଟ ସରିଛି। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି। ନିର୍ବାଚନର ଫଳାଫଳ କାହା ସପକ୍ଷରେ ରହିବ ତାହା ଉପରେ ଦେଶର ନଜର ରହିଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri