୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା ଲାଗି ସମସ୍ତ ପ୍ରଚେଷ୍ଟା କରୁଛି। ଏମିତିରେ ରାଜନୈତିକ ରଣନୀତିଜ୍ଞ ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ବଡ଼ ଆକଳନ କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ପ୍ରାୟ ୩୦୦ ଆସନ ଜିତିବାର ସମ୍ଭାବନା ରହିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବ୍ୟାପକ କ୍ରୋଧ ନାହିଁ ବୋଲି ସେ କହିଛନ୍ତି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଶାନ୍ତ କହିଛନ୍ତି, ଭାଜପା ଲାଗି ନିଜ ଦମ୍‌ରେ ୩୭୦ ଆସନ ଜିତିବା ଅସମ୍ଭବ। ଦଳକୁ ପ୍ରାୟ ୩୦୦ ଆସନ କିନ୍ତୁ ମିଳିଯାଇପାରେ। ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଭାଜପାକୁ ୩୭୦ ଆସନ ମିଳିବ। ଏନ୍‌ଡିଏ ୪୦୦ ପାର୍‌ କରିବ। ମୁଁ କହିଥିଲି ଯେ ଏହା ଅସମ୍ଭବ। ଏହା କେବଳ ସମସ୍ତ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ଲାଗି ଏକ ସ୍ଲୋଗାନ। ଭାଜପା ପାଇଁ ୩୭୦ ଆସନ ଜିତିବା ଅସମ୍ଭବ। ହେଲେ ଦଳ ନିଶ୍ଚିତ ଭାବେ ୨୭୦ ଆସନରୁ କମ୍‌ ଜିତିବ ନାହିଁ। ଗତ ଲୋକ ସଭାରେ ଦଳ ଯେତିକି ଆସନରେ ଜିତିଥିଲା, ସେତିକି ଆସନ ହାସଲ କରିବାରେ ଦଳ ସଫଳ ହେବ ବୋଲି ସେ କହିଛନ୍ତି।

ସେହିଭଳି ୩୦୦ ଆସନ ଅନୁମାନ ଉପରେ ବିସ୍ତାର ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ଭାଜପାକୁ ଲୋକ ସଭା ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତରେ ସେଭଳି କ୍ଷତି ହେବ ନାହିଁ। ହେଲେ ଦକ୍ଷିଣ ଏବଂ ପୂର୍ବ ଭାରତରେ ଦଳର ଆସନ ବୃଦ୍ଧି ପାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Delhi Cm : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁ କିଛି ବଦଳିଲା, ହେଲେ ବଦଳିଲାନି ଏହି ଦୁଇ ଜିନିଷ, ଆପ୍‌ ହେଲା ଖୁସି

ନୂଆଦିଲ୍ଲୀ,୨୨ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବା ମାତ୍ରେ ଆକ୍ସନ ମୋଡ଼କୁ ଆସିଛନ୍ତି। ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କୁ ୨୫୦୦ ଟଙ୍କା ସମ୍ମାନ...

ଶେଷରେ କେନ୍ଦ୍ରମନ୍ତ୍ରୀଙ୍କୁ କ୍ଷମା ମାଗିଲା Air India: ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲାଟି କ’ଣ

ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଭିଯୋଗ ପରେ, ବିମାନ କମ୍ପାନୀ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା କରିଛି। କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ...

ପାଓ୍ବାରଙ୍କୁ ପାଣି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨ା୨: ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ୯୮ତମ ଅଖିଳ ଭାରତୀୟ ମରାଠୀ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେଇଥିଲେ। ଦୁଇଜଣ...

ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ...

ଲେଡି ଡନ୍‌ ଜୋୟା ଖାନ୍‌ ଗିରଫ

ନୂଆଦିଲ୍ଲୀ,୨୨।୨:ଅନେକ ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌ ଶେଷରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌...

କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’

ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ...

Indira Gandhi ଙ୍କୁ ‘ଦାଦୀ’ କହିବାରୁ ଗୃହରେ ହଙ୍ଗାମା, ୬ବିଧାୟକ ନିଲମ୍ବିତ, ରାଜ୍ୟ ରାଜୀନୀତିରେ ହଇଚଇ…

ନୂଆଦିଲ୍ଲୀ,୨୧।୨: ରାଜସ୍ଥାନରେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଶୁକ୍ରବାର ବିରୋଧୀ ବିଧାୟକମାନଙ୍କ ଦ୍ୱାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା, ଯାହା ପରେ କଂଗ୍ରେସ ରାଜ୍ୟ...

How India Spends: କୁଆଡେ ଯାଉଛି ଆପଣଙ୍କ ଦରମା? ଭାରତୀୟମାନେ ଏହି କାମରେ ଅଧିକ ଉଡେଇଦିଅନ୍ତି ମାସକର ଦରମା, ରିପୋର୍ଟ ଦେଖିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୨: ମାସକୁ ମାସ ଦରମା ମିଳିବା ମାତ୍ରେ କିଏ ଘରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିରିବା ଆରମ୍ଭ କରେ ତ କିଏ ଇଏମାଇ ଦେବା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image