Posted inଜାତୀୟ

ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ…

ପାଟ୍‌ନା,୩ା୮: ରଣନୀତିଜ୍ଞ ତଥା ଜନ ସୂରଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଆଗାମୀ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୨ ଅକ୍ଟୋବର ୨୦୨୪ରେ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ନାଁ ଘୋଷଣା କରିବେ। ନିକଟରେ ଏକ ସାଧାରଣ ସଭାରେ ପି.କେ. ବିହାରର ଲୋକଙ୍କୁ ଏକ ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଆପଣମାନେ ଗତ ୫ ବର୍ଷ ଧରି ନର୍କ ଜୀବନ ବିତାଉଛନ୍ତି। ପ୍ରତିଦିନ କାନ୍ଦୁଛନ୍ତି, ଡ୍ରେନ୍‌ କିମ୍ବା ରାସ୍ତା ନାହିଁ। ତେଣୁ, ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଭୋଟ୍‌ ଦେବାକୁ ଯିବେ। ସେତେବେଳେ ଆପଣ ଯାହାକୁ ଚାହିଁବେ ଭୋଟ୍‌ ଦେବେ କିନ୍ତୁ ଭୋଟ୍‌ ଦେବା ସମୟରେ ସ୍ବାର୍ଥପର ହୁଅନ୍ତୁ ।

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, ଆପଣ କହୁଛନ୍ତି, ପିଲାମାନଙ୍କ ପାଇଁ ରାସ୍ତା, ଖାଦ୍ୟ ଶସ୍ୟ ଏବଂ ଶିକ୍ଷା ନାହିଁ, କିନ୍ତୁ ଭୋଟ୍‌ ଦେବା ସମୟରେ ସେହି ଚୋର, ଘୃଣ୍ୟ ବ୍ୟକ୍ତି ଏବଂ ଦୁର୍ନୀତିଗ୍ରସ୍ତ ନେତାଙ୍କ ନାମରେ ଭୋଟ୍‌ ଦେଇଦେବେ। ସେ କହିଛନ୍ତି, ଆପଣ ଉନ୍ନତି ବନ୍ଦ କରି ଦେଇଛନ୍ତି। ତେଣୁ ମୁଁ ଆପଣଙ୍କୁ ଏପରି ଏକ ମନ୍ତ୍ର କହୁଛି ଯେ, ଆପଣ ପରବର୍ତ୍ତୀ ସମୟରେ ଭୋଟ୍‌ ଦେବାକୁ ଗଲେ, ଦୟାକରି ଆପଣଙ୍କ ଜୀବନରେ ଅନ୍ତତଃପକ୍ଷେ ଥରେ ମୋର ପରାମର୍ଶ ଅନୁସରଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri