Categories: ଜାତୀୟ

ତ୍ରିପୁରା ହୋଟେଲରେ ଅଟକ ପ୍ରଶାନ୍ତ କିଶୋରଙ୍କ ଟିମ୍‌

କୋଲକାତା, ୨୬।୭: ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋରଙ୍କ ଆଇପିଏସି (ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି)ର ଏକ ଟିମ୍‌କୁ ତ୍ରିପୁରାର ଏକ ହୋଟେଲରେ ଅଟକ ରଖାଯାଇଥିବା ସୋମବାର ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କୌଣସି କାମରେ ଆଇପିଏସିର ୨୨ ଜଣ କର୍ମଚାରୀ ଅଗରତାଲା ଯାଇଥିଲେ। ତ୍ରିପୁରା ପୋଲିସ ସକାଳୁ ହୋଟେଲ ଡେରା ପକାଇବା ସହ ସେମାନଙ୍କୁ ବାହାରକୁ ଛାଡ଼ି ନ ଥିଲା ବୋଲି ଆଇପିଏସି ପକ୍ଷରୁ କୁହାଯାଇଛି। ଭାଜପା ଶାସିତ ତ୍ରିପୁରାରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେଠାର ରାଜନୈତିକ ସ୍ଥିତି ଓ ତୃଣମୂଳ କଂଗ୍ରେସ ପ୍ରତି କେତେ ସମର୍ଥନ ରହିଛି ଆକଳନ କରିବା ପାଇଁ ପ୍ରଶାନ୍ତ କିଶୋରଙ୍କ ଟିମ୍‌ ସେଠାକୁ ଯାଇଥିଲା।

Share