Categories: ଖେଳ

ପ୍ରଶାନ୍ତ କୁମାର ‘ମିଷ୍ଟର ଇଷ୍ଟର୍ନ ଇଣ୍ଡିଆ’

ଭୁବନେଶ୍ୱର, ୧୮ା୧୧ (ସ୍ପୋଟର୍‌ସ ବ୍ୟୁରୋ): କୋଲକାତାସ୍ଥିତି ଖୁଦିରାମ ଅନୁଶୀଳନ କେନ୍ଦ୍ରରେ ଏକାଦଶ ପୂର୍ବାଞ୍ଚଳ (ପୂର୍ବ ଭାରତ) ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଦଳଗତ ଚାମ୍ପିୟନ ହୋଇଛି। ବାବୁଲି ଚରଣ ସ୍ବାଇଁଙ୍କ ନେତୃତରେ ୩୦ ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରିଥିଲା। ଦଳ ସହିତ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ ଏବଂ ବିନୋଦ କୁମାର ମହାରଣା ଅଫିସିଆଲ ଭାବେ ଦଳ ସହିତ ଯାଇଥିଲେ। ଓଡ଼ିଶା ସମସ୍ତ ୮ଟି ଓଜନ ବର୍ଗରେ ସମ୍ପୂର୍ଣ୍ଣ ପ୍ରଧାନ୍ୟ ବିସ୍ତାର କରି ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ୮ ପ୍ରତିଯୋଗୀ ମିଷ୍ଟର ଇଣ୍ଡିଆ-୨୦୨୨ ଟାଇଟଲ ହାସଲ କରିଥିଲେ। ଏଥିରେ ଓଡ଼ିଶାର ପ୍ରଶାନ୍ତ କୁମାର ଦାଶ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଚାମ୍ପିୟନ ଅଫ୍‌ ଚାମ୍ପିୟନ୍ସ ତଥା ମିଷ୍ଟର ଇଷ୍ଟର୍ନ ଇଣ୍ଡିଆ-୨୦୨୨ ଆଖ୍ୟା ଅର୍ଜନ କରିଥିଲେ। ଏହା ପୂର୍ବରୁ ଓଡ଼ିଶା ୨୦୧୮ ଓ ୨୦୨୦ରେ ଏହି ସଫଳତା ହାସଲ କରିଥିଲା। ଓଡ଼ିଶା ଦଳ ଡିସେମ୍ବର ୨୨ରୁ ୨୫ ପଞ୍ଜାବର ଲୁଧିଆନଠାରେ ହେବାକୁଥିବା ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ମିଷ୍ଟର ଇଣ୍ଡିଆ-୨୦୨୨ରେ ଅଂଶଗ୍ରହଣ କରିବ।

Share