‘ଏବେ ବି ପ୍ରେମ ସରିନି’, ନବୀନ-ପାଣ୍ଡିଆନଙ୍କ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ପ୍ରଶାନ୍ତ

ଭୁବନେଶ୍ୱର,୯।୬: ଖୋର୍ଦ୍ଧା ଜେଲରୁ ବାହାରୁ ବାହାରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତ କହିଛନ୍ତି, ନବୀନଙ୍କ ପାଣ୍ଡିଆନ ପ୍ରେମ ଏବେ ବି ସରିନି। ଲୋକଙ୍କ ଭଲ ପାଇବା ଏବେ ବି ମୋ ପ୍ରତି ରହିଛି। ଜୀବନର ଶେଷ ରକ୍ତ ବିନ୍ଦୁ ଯାଏ ଖୋର୍ଦ୍ଧା ଲୋକଙ୍କ ସେବା କରିବି ବୋଲି ପ୍ରଶାନ୍ତ କହିଛନ୍ତି।

ଶନିବାର ଗଣମାଧ୍ୟମ ଆଗରେ ପାଣ୍ଡିଆନଙ୍କୁ ନେଇ ନବୀନ କହିଥିଲେ, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି।

Share