Posted inଜାତୀୟ

ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ

ନୂଆଦିଲ୍ଲୀ,୨୦ା୮ : ଅଦାଲତ ଅବମାନନା ମାମଲାରେ ଦଣ୍ଡବିଧାନର ଦିନକ ପୂର୍ବରୁ ବରିଷ୍ଠ ଆଇନୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ ହେବା ଯାଏ ତାଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ ଏକ ଆବେଦନ କରିଛନ୍ତି।
୪ ପୂର୍ବତନ ସିଜେଆଇ ଓ ବର୍ତ୍ତମାନର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣ କରିଥିବା ଟୁଇଟ୍‌ ଅଦାଲତ ଅବମାନନା କରୁଛି ବୋଲି ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍‌ ଓ ୨ ହଜାର ଟଙ୍କା ଯାଏ ଜରିମାନା ହୋଇପାରେ। ଗୁରୁବାର ତାଙ୍କ ଦଣ୍ଡବିଧାନ କରାଯିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏହାକୁ ରୋକିବା ପାଇଁ ପ୍ରଶାନ୍ତ ବୁଧବାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। ଏଥିରେ ପ୍ରଶାନ୍ତ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ୧୪ ରାୟକୁ ବିସ୍ତୃତ ଅନୁଧ୍ୟାନ କରିବା ଓ ଉପଯୁକ୍ତ ଆଇନଗତ ପରାମର୍ଶ ନେବା ପରେ ସେ ଏହା ବିରୋଧରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିବାକୁ ଚାହୁଁଛନ୍ତି। କାରଣ ଅଭିବ୍ୟକ୍ତି ସ୍ବାଧୀନତା ପ୍ରସଙ୍ଗରେ ଏହି ରାୟ ସାମ୍ବିଧାନିକ ଗୁରୁତ୍ୱ ଦୃଷ୍ଟିରୁ ବିପଜ୍ଜନକ। ରାୟ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଆବେଦନକାରୀ ସମୀକ୍ଷା ପିଟିଶନ ଦାଏର କରିପାରିବେ ବୋଲି ସୁପ୍ରିମକୋର୍ଟ ରୁଲ୍ସ, ୨୦୧୩ରେ ବ୍ୟବସ୍ଥା ରହିଛି। ତେଣୁ ୨୦ ତାରିଖରେ ଦଣ୍ଡବିଧାନ କରା ନ ଯାଇ ରିଭ୍ୟୁ ପିଟିଶନ୍‌ର ବିଚାର କରାଯିବା ଯାଏ ଏହାକୁ ସ୍ଥଗିତ ରଖାଯାଉ ବୋଲି ପ୍ରଶାନ୍ତ ଆବେଦନ କରିଛନ୍ତି।

ସାମ୍ବିଧାନିକ ପୀଠରେ ଶୁଣାଣି ହେଉ: ଜଷ୍ଟିସ୍‌ ଜୋସେଫ୍‌
ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ସାମ୍ବିଧାନିକ ପୀଠରେ କରାଯାଉ ବୋଲି ବୁଧବାର ତାଙ୍କ ସପକ୍ଷରେ ବାହାରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କୁରିଏନ୍‌ ଯୋସେଫ।
ଜଷ୍ଟିସ୍‌ ଜୋସେଫ୍‌ଙ୍କ ମତରେ ପ୍ରଶାନ୍ତଙ୍କ ବିରୋଧରେ ଅବମାନନା ମାମଲା ଯୋଗୁ ଆଇନର କେତେକ ଦିଗ ଉପରେ ପ୍ରଶ୍ନ ଉଠିଛି, ଯାହାର ବିଚାର ଏକ ସାମ୍ବିଧାନିକ ପୀଠରେ ହୋଇପାରିବ। ଗୋଟିଏ ଅଦାଲତଙ୍କ ପକ୍ଷରୁ ନିଜ ଆଡ଼ୁ ରୁଜୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସମ୍ପୃକ୍ତ କୋର୍ଟର ବୃହତ୍‌ ବେଞ୍ଚ୍‌ରେ ଅପିଲ କରିବା ସୁଯୋଗ ମିଳୁ। ସମ୍ବିଧାନର ଅନୁଚ୍ଛେଦ ୧୪୫ (୩) ଅନୁସାରେ ସାମ୍ବିଧାନିକ ସମୀକ୍ଷା ସମ୍ପର୍କିତ ପ୍ରଶ୍ନ ଉଠିଲେ ଅନୂ୍ୟନ ୫ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri