Posted inଖେଳ

ଏଥର ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପକ୍କା! ୬ ଫୁଟ ୨ ଇଞ୍ଚର ଏହି ଭାରତୀୟ ପେସର୍‌ଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨୫ ବର୍ଷୀୟ ତଥା ୬ ଫୁଟ ୨ ଇଞ୍ଚ ଉଚ୍ଚତାର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା। କର୍ନାଟକ ପ୍ରିମିୟର ଲିଗ୍‌ରେ ଦମ୍‌ ଦେଖାଇବା ପରଠାରୁ କ୍ୟାରିୟରର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି ଏହି ବୋଲର୍‌। ସେ ବିଜୟ ହଜାରେ ଟ୍ରଫିରେ ଭାଗ ନେଇ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି ପାଲଟିଥିଲେ। ଏହାପରେ ତାଙ୍କୁ ଆଇପିଏଲ୍‌ରେ ସୁଯୋଗ ମିଳିଥିଲା। କେକେଆର୍‌ ପକ୍ଷରୁ ସେ ୨୦୧୮ରେ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଯାବତ ସେ ୨୪ ଆଇପିଏଲ୍‌ ମ୍ୟାଚ୍‌ରେ ୧୮ ଉଇକେଟ ନେଇଛନ୍ତି।

ଇନ୍ଦୋରରେ ଖେଳାଯାଇଥିବା ଟି୨୦ ମ୍ୟାଚ୍‌ ବେଳେ କୋହଲି ଏହି ବୋଲରଙ୍କ ପ୍ରଶଂସା କରିଥିଲେ। ତାଙ୍କ ପାଖରେ ଭଲ ଗତି ରହିଛି। ଘରୋଇ କ୍ରିକେଟରେ ତାଙ୍କର ପ୍ରଦର୍ଶନ ବେଶ ଉଲ୍ଲେଖନୀୟ ରହିଛି। ସମସ୍ତ ଫର୍ମାଟରେ ଏଭଳି ବୋଲର୍‌ ରହିବା ଉଚିତ। ବିଶ୍ୱକପ୍‌ ପାଇଁ ଆମ ପାଖରେ ଉପଯୁକ୍ତ ବିକଳ୍ପ ଅଛି ବୋଲି ସେ କହିଥିଲେ।

ଆଗାମୀ ଦିନରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ଏଣୁ ଏଥିପାଇଁ ପ୍ରସିଦ୍ଧଙ୍କ ଆଗରେ ନିଜକୁ ପ୍ରମାଣ କରିବା ପାଇଁ ବଡ଼ ଅବସର ରହିଛି। ଯଦି ସେ ସଫଳ ହୁଅନ୍ତି ତେବେ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri