ସୁସ୍ଥ ହୋଇ ଫେରିବା ପରେ ବିରୋଧୀଙ୍କୁ ଚ୍ୟାଲେଞ୍ଜ କଲେ ପ୍ରତାପ ଷଡ଼ଙ୍ଗୀ, କହିଲେ ଘଟଣା ମିଛ ହୋଇଥିଲେ ମୁଁ ରାଜନୀତିରୁ…

ଭୁବନେଶ୍ୱର,୩୦।୧୨: ଲୋକ ସଭାରେ ଠେଲାପେଲାରେ ଆହତ ହେବା ଘଟଣାକୁ ନେଇ ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ବଡ଼ ବୟାନ ଦେଇଛନ୍ତି। ସେ ସିଧାସଳଖ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଘଟଣା ମିଛ ହୋଇଥିଲେ ରାଜନୀତି ଛାଡ଼ିଦେବି। ଏଭଳି ହୃଦୟହୀନ ଆଚରଣ କଂଗ୍ରେସଠାରୁ ଆଶା କରାଯାଏ। ବିରୋଧୀ ଦଳ ନେତା ଏକ ଗରିମାମୟ ଆସନ। ରାହୁଲ ଗାନ୍ଧିଙ୍କ ଭଳି ନେତା ସେ ଆସନରେ ବସିବା ଦେଶର ଦୁର୍ଭାଗ୍ୟ। କିଏ ସତ, କିଏ ମିଛ କହୁଛି, ତାହା ସିସିଟିଭି କହିବ ବୋଲି ପ୍ରତାପ କହିଛନ୍ତି।

ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆହତ ହୋଇଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେବା ସହ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଉଭୟ ପକ୍ଷର ଏତଲା ଗ୍ରହଣ କରିବା ସହ ଏଫଆଇଆର୍‌ କରିଥିଲା।

Share