ଭୁବନେଶ୍ୱର, ୫।୪: ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ଚିଠଲେଖିଲେ ପ୍ରତାପ ଜେନା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରତାପ। ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ୱାକ୍ଫ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟ ନେଇ ଚିଠି ଲେଖିଲେ ପ୍ରତାପ।
ସୋସିଆଲ ମିଡିଆରେ ସସ୍ମିତଙ୍କ ଦଳବିରୋଧୀ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପୀଡ଼ାଦାୟକ। ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ମୋର ହୃଦବୋଧ ହେଉଛି।
ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।
ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।