ମଦ ସହ ଡ୍ରଗ୍ସ ନିଶାରେ ବୁଡ଼ି ରହୁଥିଲେ ଏହି ଅଭିନେତା; ଏବେ ବଖାଣିଲେ…

ବମ୍ବେ: ଟାଟୁକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ସାଗାର ଅଭିନେତା ପ୍ରତୀକ ବବ୍ବର। ସେ ଛାତିରେ ନିଜ ମା’ ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନାମର ଟାଟୁ କରିଛନ୍ତି। ଷ୍ଟାର କିଡ୍‌ ହୋଇଥିଲେ ହେଁ ସେ ବଲିଉଡ୍‌ ଜଗତରେ ନାମ କମାଇବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ପ୍ରତୀକ ନିଜର ବିଚାରଧାରା ଏବଂ ସ୍ପଷ୍ଟବାଦିତାକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି।

ଏକଦା ନିଶା କବଳରେ ଫସିଥିଲେ ପ୍ରତୀକ। ସେମଦ ସହ ଡ୍ରଗ୍ସ ସେବନ କରୁଥିଲେ । ହେଲେ ପରିସ୍ଥିତି ଖରାପ ହେଉଥିବା ଜାଣିପାରି ଏହାକୁ ଛାଡ଼ିବାକୁ ଅଭିନେତା ନିଶ୍ଚିତ କରିଥିଲେ। କାରଣ ସେ ତାଙ୍କ ମା’ଙ୍କୁ ସବୁ ଖୁସି ଦେବାକୁ ଚାହୁଁଥିଲେ। ଶେଷରେ ଏବେ ପ୍ରତୀକ ଏଥିରୁ ମୁକ୍ତ ହୋଇଥିଲେ। ଏବେ ସେ ନିଜର ଏଭଳି ଅଭ୍ୟାସକୁ ଖୋଲାଖୋଲି ସ୍ବୀକାର କରିବା ସହ ଯେଉଁମାନେ ନିଶା ଛାଡ଼ିବାକୁ ଚାହୁଁଛନ୍ତି ସେମାନଙ୍କୁ ବିଭିନ୍ନ ଉପଦେଶ ମଧ୍ୟ ଦେଉଛନ୍ତି।

ଖରାପ ଅଭ୍ୟାସ ଛାଡ଼ିବାକୁ ଅସୁବିଧା ହେଉଥିଲେ, ଭଲ ଚିନ୍ତା କରନ୍ତୁ। ଭଲ ଅଭ୍ୟାସ ଆପଣାନ୍ତୁ। ଯେଉଁ କାମ କରୁଛନ୍ତି ସେଥିରେ ଭଲ ଭାବେ ମନୋନିବେଶ କରନ୍ତୁ। ସୁସ୍ଥ ରୁହନ୍ତୁ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ବାକି ଥିବା ସ୍ବପ୍ନ ପୂରଣ ଲାଗି ପରିଶ୍ରମ କରନ୍ତୁ। ଦିନେ ନା ଦିନେ ନିଶ୍ଚିତ ସଫଳ ହେବେ ବୋଲି ସେ ପ୍ରଶଂସକଙ୍କୁ କହିଛନ୍ତି।

ଏହାଛଡ଼ା ଗୋଟିଏ ଦୁଇଟି ଫିଲ୍ମରେ କାମ କରିଥିଲେ ହେଁ ପ୍ରଶଂସକମାନେ ତାଙ୍କୁ ଭଲ ପାଉଛନ୍ତି। ଏଥିପାଇଁ ସେ ଭାଗ୍ୟଶାଳୀ ବୋଲି ପ୍ରତିକ କୁହନ୍ତି।

Share