Categories: ବାଣିଜ୍ୟ

ଓଡ଼ିଶା ବଜାରରେ ପ୍ରକୃତିରସ ମସଲା

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଫୁଡ୍‌ ଷ୍ଟାର୍ଟଅପ୍‌ କମ୍ପାନୀ ତଥା ପ୍ରକୃତିରସ ମସଲାର ଆନୁଷ୍ଠାନିକ ଶୁଭାରମ୍ଭ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଜଣାଶୁଣା ସେଫ୍‌ ବିଶ୍ୱଜିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ବଜାର ଉନ୍ମୋଚନ ସହ ବଜାର ପ୍ରବେଶ କରାଇଥିଲେ। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରି ତନୟା ଜେନା, ନିର୍ଦ୍ଦେଶକ ଅଙ୍କିତ ମହାପାତ୍ର ଓ ଶୁଭ୍ରଜିତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକୃତିରସର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରି ତନୟା ଜେନା କହିଛନ୍ତି, ପ୍ରକୃତିରସ କେବଳ ଏକ ମସଲା କମ୍ପାନୀ ନୁହେଁ, ଶୁଦ୍ଧତା ଓ ସ୍ବାସ୍ଥ୍ୟ ପ୍ରତି ଏହା ହେଉଛି ଏକ ପ୍ରତିବଦ୍ଧତା। ଆମେ ଏହି ଯାତ୍ରା ଆରମ୍ଭ କରିବା ଏବଂ ମସଲା ଦୃଶ୍ୟପଟକୁ ପୁନଃ ନିର୍ଦ୍ଧାରଣ କରିବାକୁ ପ୍ରତିବଦ୍ଧ ରହିଛୁ। ପ୍ରକୃତିରସର ନିର୍ଦ୍ଦେଶକ ଅଙ୍କିତ ମହାପାତ୍ର କହିଛନ୍ତି, ଆମେ ଏଭଳି ଏକ ମସଲା ଉପସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରୁଛୁ, ଯାହା କେବଳ ଆପଣଙ୍କ ଖାଦ୍ୟର ସ୍ବାଦ ବଢ଼ାଇବ ନାହିଁ ବରଂ ଏକ ସୁସ୍ଥକର ଜୀବନଶୈଳୀ ପ୍ରତି ଯୋଗଦାନ ପ୍ରଦାନ କରିବ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ପ୍ରକୃତିରସର ଗୌରବମୟ ଶୁଭାରମ୍ଭ ହୋଇଥିବା ବେଳେ ଭବିଷ୍ୟତ ଲାଗି କମ୍ପାନୀ ମହତ୍ତ୍ୱାକାଂକ୍ଷୀ ଯୋଜନା ନିର୍ଦ୍ଧାରଣ କରିଛି। ଏପରିକି ଆସନ୍ତା ୬ମାସ ମଧ୍ୟରେ ପ୍ରକୃତିରସର ସୁଗନ୍ଧଭରା ଯାତ୍ରାକୁ ସାରା ଦେଶରେ ବିସ୍ତାରକରି ଜାତୀୟସ୍ତରରେ ପରିବାରଗୁଡ଼ିକ ପାଖରେ ବିଶୁଦ୍ଧ ଓ ସୁସ୍ଥକର ମସଲା ପହଞ୍ଚାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

Share