ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଶ୍ରୀନିବାସ ଉଦ୍‌ଗାତାଙ୍କୁ ‘ଅତିବଡ଼ୀ ପୁରସ୍କାର’

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ୩ ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏଥିସହ ୪୪ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୦୨୧ ବର୍ଷ ପାଇଁ ପଦ୍ମଭୂଷଣ ପ୍ରତିଭା ରାୟ, ୨୦୨୨ ବର୍ଷ ପାଇଁ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ଓ ୨୦୨୩ ବର୍ଷ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ମର୍ଯ୍ୟାଦାଜନକ ‘ଅତିବଡ଼ୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର, ଉପଢୌକନ ଓ ପୁସ୍ତକ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା।
ପୁରସ୍କାର ଗ୍ରହଣ କରି ଡ. ରାୟ କହିଛନ୍ତି, ପୁରସ୍କାର ପାଇ ଉଲ୍ଲସିତ ହେବା ଅପେକ୍ଷା ଅଧିକ ଆତ୍ମସ୍ଥ ହୋଇଛି। ସାରା ବିଶ୍ୱରେ ସୃଷ୍ଟି ବିଦ୍ୟାର ମୂଳ ଉତ୍ସ ହେଉଛି ଆଧ୍ୟାତ୍ମ ଚିନ୍ତନ, ସେ ବିଜ୍ଞାନ ହେଉ କି ସାହିତ୍ୟ। ଜଗନ୍ନାଥ ଦାସଙ୍କ ଭାଗବତକୁ ଲୋକେ କେବଳ ଜ୍ଞାନ ଓ ଆନନ୍ଦ ପାଇଁ ପଢି ନ ଥାନ୍ତି, ବରଂ ଜୀବନରେ ଅନିବାର୍ଯ୍ୟ ଅନିଶ୍ଟିତତା, ବିପନ୍ନତା ମଧ୍ୟରେ ଆଧ୍ୟାତ୍ମିକ ନିଶ୍ଚଳତା ଓ ନିରାପତ୍ତା ମନୋଭାବ ପାଇଁ, ଏମିତିକି ମୃତ୍ୟୁ ସମୟରେ ମଧ୍ୟ ଆମେ ଏହାକୁ ପଢ଼ିଥାଉ। ଭାଷାକୁ ରୁଦ୍ଧିମନ୍ତ କରିବା ପାଇଁ ଲେଖକଙ୍କ ସହ ପାଠକ, ସାହିତି୍ୟକ ଅନୁଷ୍ଠାନ, ସରକାର ସମସ୍ତେ ଚେଷ୍ଟା କରିବା ଉଚିତ। ମୂଳ ସଂସ୍କୃତି ସହ ଆମକୁ ଜଡ଼ିତ ରହିବାକୁ ହେବ। ଭୁଲିଯିବା ନାହିଁ ଯେ, ଆମେ ଜଣେ ଓଡ଼ିଆ। ସେହିପରି ଡ. ମହାପାତ୍ର ହାଇସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଭାଗବତ ଓ ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଛୋଟ ପୁସ୍ତକଟିଏ ଏକାଡେମୀ ଦ୍ୱାରା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଆ ସାହିତ୍ୟ ଆମ ପାଇଁ ବଡ଼। ଏହାର ପ୍ରଚାର ପ୍ରସାର ଲାଗି ସମସ୍ତେ ଚେଷ୍ଟା କରିବା ଉଚିତ। ଭାଗବତ ଟୁଙ୍ଗି ବନ୍ଦ ହେବାକୁ ଲାଗିଲାଣି। ତେଣୁ ପ୍ରତ୍ୟେକ ଘରେ, ବିଦ୍ୟାଳୟରେ ଭାଗବତ ପହଞ୍ଚତ୍ପାରିଲେ ବହୁତ ଭଲ ହେବ ବୋଲି ସେ ମତ ରଖିଥିଲେ। ଡ. ଉଦ୍‌ଗାତା କହିଛନ୍ତି, ସାହିତ୍ୟ ଏକ ସାଧନା, ଏହା ବିଳାସ ନୁହେଁ। ସାହିତ୍ୟ ଓ ସାହିତି୍ୟକଙ୍କ ବଡ଼ ଶତ୍ରୁ ହେଉଛି ଆଳସ୍ୟ। ୧୦୦ ଭାଗ ନ ପଢିଲେ ୫ ଭାଗ ଲେଖିପାରିବେ ନାହିଁ। ଅଧ୍ୟୟନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ଉତ୍ସବକୁ ଉଦ୍‌ଘାଟନ କରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, ସାହିତ୍ୟ ଆମ ଜୀବନର ବଡ଼ ଅଙ୍ଗ। ସାହିତ୍ୟ ବିନା ସମାଜ ରୁଦ୍ଧିମନ୍ତ ହୋଇପାରେନି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, କିଛି କାରଣ ପାଇଁ ୩ ବର୍ଷ ଧରି ପୁରସ୍କାର ଦିଆଯାଇପାରି ନ ଥିଲା। ଆସନ୍ତା ବର୍ଷଠାରୁ ସବୁ ପୁରସ୍କାର କିଭଳି ସୁଚାରୁରୂପେ ଠିକ୍‌ ସମୟରେ ପ୍ରଦାନ କରାଯିବ ସେ ନେଇ ବିଭାଗ ଚେଷ୍ଟିତ ରହିବ। ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ କହିଛନ୍ତି, ସମସ୍ତଙ୍କ ମିଳିତ ଉଦ୍ୟମ ରହିଲେ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ସମ୍ଭବ। ଏକାଡେମୀ ସଭାପତି ତଥା ସଭା ମୁଖ୍ୟ ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, ବୟସ ଆଧାରରେ ନୁହେଁ, ଓଡ଼ିଆ ଭାଷାକୁ ସାମଗ୍ରିକ ଅବଦାନ ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ଆଗକୁ ଏକାଡେମୀ କ୍ୟାଲେଣ୍ଡର କରିବାକୁ ଯୋଜନା କରିଛୁ। ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ ସ୍ବାଗତ ଭାଷଣ ଦେଇ କହିଛନ୍ତି, ସାହିତି୍ୟକଙ୍କ ସୃଷ୍ଟି ଅମୂଲ୍ୟ। ଅର୍ଥରାଶି ଏକ ପ୍ରୋତ୍ସାହନ ମାତ୍ର। ଏକାଡେମୀ ଉପସଭାପତି ଡ. ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ରଖିଥିବାବେଳେ ଡ. ମୃତ୍ୟୁଞ୍ଜୟ ରଥ ଓ ଅଭିନେତ୍ରୀ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri