ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ନଜର ଆସିବେ ପ୍ରତୀକ ଗାନ୍ଧୀ

ବଲିଉଡ୍‌ ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ଅଭିନେତା ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପଲଜ ଏଣ୍ଟରନେମେଣ୍ଟ ‘ଗାନ୍ଧୀ’ର ଜୀବନ ଉପରେ ଏକ ବାୟୋପିକ ଘୋଷଣା କରିଛି । ଏହି ବାୟୋପିକ ଏକ ୱେବ ସିରିଜ ଭାବରେ ନିର୍ମିିତ ହେବ ବୋଲି ଜଣାପଡିଛି। ଏହି ସିରିଜ୍‌ଟି ଦେଶର ପ୍ରସିଦ୍ଧ ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ ଉପରେ ଆଧାରିତ ହେବ। ଏହି ପୁସ୍ତକଗୁଡ଼ିକର ନାମ ହେଉଛି ‘ଗାନ୍ଧୀ ବିଫୋର ଇଣ୍ଡିଆ ‘ ଏବଂ ‘ଗାନ୍ଧୀ -ଦ ଇୟର୍ସ ଦ୍ୟାଟ ଚେଞ୍ଜ ଦ ୱାର୍ଲଡ ।ଅପଲଜ ଏଣ୍ଟରଟେନମେଣ୍ଟ ଏହି ସିରିଜ ପାଇଁ ଉଭୟ ବହିକୁ କିଣିଛନ୍ତି। ଏହି ୱେବ ସିରିଜ୍‌ରେ ପ୍ରତୀକ ଗାନ୍ଧୀଙ୍କୁ ‘ମହାତ୍ମା ଗାନ୍ଧୀ’ଙ୍କ ଭୂମିକାରେ ଦେଖିବାକୁ ମିଳିବ।

 

Share