ମୁନ୍‌ମୁନ୍‌ଙ୍କ ପାଇଁ ଶାର୍ଟ-ପ୍ୟାଣ୍ଟ ଖୋଲିଦେଲେ…

ବମ୍ବେ: ଟେଲି ପରଦାର ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତାଙ୍କ କ୍ରେଜ୍‌ କାହିଁରେ କେତେ। ହାସ୍ୟଭିତ୍ତିକ ଧାରାବାହିକ‘ତାରକ ମେହତା କା ଉଲଟା ଚଷମା’ରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ମନ ଜିଣିବାକୁ ଅନେକ ଚେଷ୍ଟା କରିଥାନ୍ତି। ଏଥିପାଇଁ ସେମାନେ କିଛି ବି ଉପାୟ ଆପଣାଇଥାନ୍ତି। ଠିକ୍‌ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଆଲିଟି ଶୋ’ ‘ଖତ୍‌ରା ଖତ୍‌ରା ଖତ୍‌ରା ସିଜନ୍‌-୨’ରେ।

ଶୋ’ର ଆଗାମୀ ଏପିସୋଡରେ ନଜର ଆସିବେ ମୁନ୍‌ମୁନ୍‌। ଏହାକୁ ନେଇ ଚ୍ୟାନେଲ ପକ୍ଷରୁ ଏକ ପ୍ରମୋ ଭିଡିଓ ଶେୟାର କରାଯାଇଛି। ଭିଡିଓରେ ମୁନ୍‌ମୁନ୍‌ଙ୍କୁ ପ୍ରଭାବିତ କରିବା ଲାଗି ପ୍ରତୀକ ସେହଜପାଲ ଏବଂ ଉମର ରିଆଜ ପ୍ରମୁଖ ନିଜ ଶାର୍ଟ ଓ ପ୍ୟାଣ୍ଟ ଓହ୍ଲାଉଥିବା ଦେଖାଯାଇଛି। ଏହାକୁ ଦେଖି ସେଠାରେ ଛିଡ଼ା ହୋଇଥିବା ମୁନ୍‌ମୁନ୍‌ ଚକିତ ହୋଇଯାଉଛନ୍ତି।

ଭାରତୀ ଏବଂ ହର୍ଷ ଉଭୟଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛନ୍ତି। ଉଭୟଙ୍କ ମଧ୍ୟରୁ କିଏ ମୁନ୍‌ମୁନ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିବ ଦେଖାଯିବ ବୋଲି କହୁଛନ୍ତି। ଏହାପରେ ପ୍ରତୀକ ଏବଂ ଉମର ନିଜ ନିଜର ଶାର୍ଟ ଓହ୍ଲାଇ ବଡ଼ି ଦେଖାଉଛନ୍ତି। ମୁନ୍‌ମୁନ୍‌ ଉଭୟଙ୍କ ଲାଗି ତାଳି ମାରୁଛନ୍ତି। ହେଲେ ଯେତେବେଳେ ସେମାନେ ପ୍ୟାଣ୍ଟ ଓହ୍ଲାଇଛନ୍ତି, ଏହା ଦେଖି ସେ ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଆଗକୁ କ’ଣ ହେଉଛି ତାହା ଏପିସୋଡ ଦେଖିଲେ ଜଣାପଡ଼ିବ।

ଦେଖନ୍ତୁ ଭିଡିଓ:

Share