ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ପ୍ରତୀକ୍‌!

ମୁମାଇ: ବଲିଉଡ୍‌ ଅଭିନେତା ପ୍ରତୀକ୍‌ ବବର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସାନିଆ ସାଗରଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଦୁହେଁ ଅଲଗା ହୋଇଯାଇଥିଲେ। କିନ୍ତୁ ଏବେ ପ୍ରତୀକ୍‌ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କୁହାଯାଉଛି କି, ପ୍ରତୀକ୍‌ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ଡେଟ୍‌ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦୁହେଁ କେବଳ ପରସ୍ପରକୁ ଡେଟ୍‌ କରୁନାହାଁନ୍ତି ବରଂ ପରସ୍ପରର ଅତି ନିକଟତର ହୋଇଛନ୍ତି । କୁହାଯାଇଛି ଯେ ଉଭୟ ପ୍ରାୟ ଏକ ବର୍ଷ ଧରି ପରସ୍ପର ସହ ସାଙ୍ଗରେ ଅଛନ୍ତି। ହେଲେ ସାନିଆଙ୍କ ସହ ପ୍ରତୀକ୍‌ଙ୍କ ଛାଡପତ୍ର ପ୍ରକ୍ରିୟା ଚାଲିଥିବାରୁ ଉଭୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି ।

Share