ପାଣ୍ଡିଆନ୍‌ଙ୍କ ପାଇଁ ୨ ବିଜେଡି ନେତାଙ୍କ ଭିତରେ କଳି, ଦେବାଶିଷଙ୍କ ବୟାନକୁ ନେଇ ପ୍ରଭାତ କହିଲେ…

ଭୁବନେଶ୍ୱର,୮।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବୟାନଙ୍କୁ ନେଇ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଏମିତି କହିବାକୁ ଦେବାଶିଷଙ୍କୁ କିଏ ଶିଖେଇ ଦେଇଛି। ମୁଁ କିଏ ଲୋକ ଜାଣିଛନ୍ତି, ଦେବାଶିଷ ବାବୁଙ୍କ ବିଷୟରେ ବି ଲୋକ ଜାଣିଛନ୍ତି। ସେ ମୋ ବିଷୟରେ ଟିପ୍ପଣୀ ରଖିବା ଅତ୍ୟନ୍ତ ହାସ୍ୟାସ୍ପଦ। ପ୍ରଭାତ ଆହୁରି କହିଛନ୍ତି, ମେ’୨୯ରେ ମୁଖ୍ୟ ଭୂମିକା ନେଇଥିବା ଲୋକ ଦଳରେ ଏବେ ପ୍ରମୁଖ ଭୂମିକାରେ ଅଛନ୍ତି।

ଦେବାଶିଷ ଏହା ପୂର୍ବରୁ ପ୍ରଭାତଙ୍କୁ କହିଥିଲେ, ସିବିଆଇ ମାମଲାରୁ ବର୍ତ୍ତିବାକୁ ପ୍ରଭାତ ଭାଜପା ଆଡ଼କୁ ଢଳୁଥିବା ଲାଗୁଛି। ପ୍ରଭାତ ବାବୁ ଦରକାର ପଡ଼ିବା ବେଳେ ପାଣ୍ଡିଆନ୍‌, ବବି ପାଖକୁ ଦୌଡୁଥିଲେ। ପାଣ୍ଡିଆନ୍‌ କାମ କଲା ବେଳେ ତ ପ୍ରଭାତ ତାଙ୍କୁ ସମାଲୋଚନା କରୁନଥିଲେ। ପରାଜୟ ନେଇ ଏବେ ସେ ପ୍ୟାରୀ ବାବୁଙ୍କ ଲୁହ ପଡ଼ିଲା ବୋଲି କହୁଛନ୍ତି। ପ୍ୟାରୀଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହେଉଛି। ଏପରିକି ଦେବାଶିଷ କହିଥିଲେ, ବିଜେଡି ପରାଜୟ ପାଇଁ ପାଣ୍ଡିଆନ୍‌ ଏବଂ ବବି ଦୁହେଁ ଆଦୌ ଦାୟୀ ନୁହନ୍ତି । ଆଉ କିଛି ଭୁଲ୍‌ ଥାଇପାରେ। ଏପରିକି ପ୍ରାଥିତ୍ୱକୁ ନେଇ ଭୁଲ୍‌ ଥାଇପାରେ। ହେଲେ ଏମିତି ପାଣ୍ଡିଆନ୍‌ଙ୍କୁ ବ୍ଲେମ୍‌ କରାଯିବା ଉଚିତ୍‌ ନୁହେଁ।

ରବିବାର ବିଜେଡି ପରାଜୟକୁ ନେଇ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ।