ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହ ସେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ। ଏହାକୁ ନେଇ ତାଙ୍କ ପରିବାର ସମେତ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ଦଳୀୟ କର୍ମୀ ଓ ତେରୁଣ୍ଡିଆ ଗ୍ରାମବାସୀ ବାଜା ବଜାଇ, ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି।

କଟକ ଜିଲା ନିଆଳି ବ୍ଲକ ନିଭରଣ ଗାମରେ ଜନ୍ମିତ ପ୍ରଭାତୀ ପୁରୀ ଜିଲା ନିମାପଡ଼ା ବ୍ଲକ ତେରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କୁ ବିବାହ କରିଥିଲେ। ସେ ଦୀର୍ଘବର୍ଷ ହେଲା ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ରୀ ଜୀବନରୁ ତାଙ୍କର ରାଜନୀତି ପ୍ରତି ରୁଚି ରହିଥିଲା। ସେ ନିମାପଡ଼ା କଲେଜରେ ଅଧ୍ୟୟନ କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ। ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ଭାବେ କିଛିଦିନ ଧରି କାର୍ଯ୍ୟ କରିଥିଲେ। ବୃତ୍ତିରେ ଜଣେ ଓକିଲ ହୋଇଥିଲେ ମଧ୍ୟ ରାଜନୀତି ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ତେଣୁ ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଥିଲେ। ସେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଚେୟାରମ୍ୟାନ, ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ, ଭାଜପାର ରାଜ୍ୟ ଉପସଭାପତି ସମେତ ବିଭିନ୍ନ ପଦବୀରେ ରହିଥିଲେ। ୩ ଥର ପରାଜୟ ବରଣ କରିବା ପରେ ସେ ଚଳିତ ନିର୍ବାଚନରେ ବିଜେଡିର ଦିଲୀପ ନାୟକଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ବିଧାୟିକା ହେବା ସହ ତାଙ୍କୁ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ବଡ଼ ନିଯୁକ୍ତି ସୁଯୋଗ: ESICରେ ୫୫୮ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୧୧।୪: ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ସ୍ପେଶାଲିଷ୍ଟ ଗ୍ରେଡ-୨ର ମୋଟ ୫୫୮...

ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫...

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା...

ହୋଟେଲରୁ ବାହାରି  ଏମିତି କହିଲେ ପୀୟୂଷ, ସବୁ ଫେରାଇ…

ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି  ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ...

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି...

ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ବର୍ତ୍ତା

ବାଲିଗୁଡ଼ା,୧୧ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ମା’ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମା’ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ...

Ayushman Card: ଆସିଲା ଲିଷ୍ଟ! ଏମାନଙ୍କୁ ମିଳିବନି ଆୟୁଷ୍ମାନ କାର୍ଡରେ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image