ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଶୁକ୍ରବାର କଳାହାଣ୍ଡି ଘରୋଇ ବସ୍ ମାଳିକ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥଲା । ଏହି ବୈଠକରେ କଳାହାଣ୍ଡି ଘରୋଇ ବସ୍ ମାଳିକ ସଂଘର ସାଧାରଣ ସମ୍ପାଦକ ସୁବାଷ ପଣ୍ଡା ସାସ୍ଥ୍ୟଗତ କାରଣରୁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ପରିଷଦ
ବୈଠକରେ ପ୍ରବୀଣ କୁମାର ଖମାରୀଙ୍କୁ ନୂତନ ସାଧାରଣ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ନୂତନ ସାଧାରଣ ସମ୍ପାଦକ ଖମାରୀଙ୍କୁ ସଂଘର ସଭାପତି ପ୍ରବୋଧ କୁମାର ରଥ,କୋଷାଧ୍ୟକ୍ଷ ମାନସ ରଞ୍ଜନ ଦାସ ସମେତ ସଂଘର ସଦସ୍ୟମାନେ ସ୍ବାଗତ କରିଥିଲେ ।
Posted inଆମ ଜିଲା ଖବର, କଳାହାଣ୍ଡି