Categories: ଖେଳ

କାତାର ଷ୍ଟାର ଲିଗ୍‌ ପାଇଁ ପ୍ରବୀଣ ମନୋନୀତ

ରାଉରକେଲା ଅଫିସ,୨୧l୫: ରାଉରକେଲା ସନ୍ନିକଟ ଝିରପାଣି ପଞ୍ଚାୟତର ପ୍ରତିଭାବାନ ଫୁଟବଲ ଖେଳାଳି ପ୍ରବୀଣ ତିଗା କାତାର ଷ୍ଟାର ଫୁଟବଲ ଲିଗ୍‌ରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇଛନ୍ତି। ଏହି ଅବସରରେ ରବିବାର ସରପଞ୍ଚ ଅଜିତ ତିର୍କୀ ଓ ଅନ୍ୟମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସମର କ୍ୟାମ୍ପରେ ଖେଳାଳିମାନେ ମଧ୍ୟ ପ୍ରବୀଣଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ରାଉରକେଲାର କ୍ରୀଡ଼ାନୁଷ୍ଠାନଗୁଡିକ ପକ୍ଷରୁ ଲିଗ୍‌ରେ ସଫଳତା ହାସଲ ପାଇଁ ଶୁଭ କାମନା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, ପ୍ରବୀଣ ଓଡ଼ିଶା ଫୁଟବଲ ଟିମ୍‌ର କ୍ୟାପଟେନ ଦାୟିତ୍ୱ ନିର୍ବାହ କରୁଛନ୍ତି।

Share